fbpx

କାଲି କେତେଟା ସମୟରେ ପୃଥିବୀ ଦେଇ ଗତିକରିବ ଆଷ୍ଟ୍ରୋଏଡ୍?

ଆସନ୍ତାକାଲି ଅନ୍ତରୀକ୍ଷରୁ ଆସୁଥିବା ବଡ ପଥର ଖଣ୍ଡ ବା ଆଷ୍ଟ୍ରୋଏଡ୍ ପୃଥିବୀ ଦେଇ ଗତିକରିବ । ଏହି ବିପଦ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଗତି କରିବାକୁ ଥିବାବେଳେ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । କିନ୍ତୁ ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ଅଛନ୍ତି । କାରଣ ଏହାର ସ୍ପିଡ କୌଣସି ରକେଟ ଠାରୁ ୩ ଗୁଣା ଅଧିକ ରହିଛି । ଯଦି ତାହାର ଗତିପଥରେ ଟିକେ ବି ପରିବର୍ତ୍ତନ ହୋଇ ପୃଥିବୀ ବା ଅନ୍ୟ କୌଣସି ଗ୍ରହ ସହ ଧକ୍କା ହୁଏ, ତେବେ ବିନାଶ ଘଟିବ । ଭାରତ ସମୟ ଅନୁସାରେ ଆସନ୍ତାକାଲି ଦ୍ୱିପହର ୩ଟା ୨୬ ମିନିଟରେ ଆଷ୍ଟ୍ରୋଏଡ୍ ପୃଥିବୀ ଦେଇ ଗତି କରିବ । ସୂର୍ଯ୍ୟର କିରଣ ଦ୍ଵାରା ଆପଣ ଏହାକୁ ଖାଲି ଆଖିରେ ଦେଖିପାରିବେ ନାହିଁ ।

ତେବେ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଦେଢ଼ ମାସ ପୂର୍ବରୁ ଖୁଲାସା କରିଥିଲା ଯେ, ମହାକାଶରୁ ଏକ ବୃହତ୍ ଆଷ୍ଟ୍ରୋଏଡ୍ ବହୁ ତୀବ୍ର ଭାବରେ ପୃଥିବୀ ଆଡକୁ ମାଡି ଆସୁଛି । କୁହାଯାଉଛି ଯେ, ଏହି ଆଷ୍ଟ୍ରୋଏଡ୍ ପୃଥିବୀର ସର୍ବୋଚ୍ଚ ପର୍ବତ ଏଭରେଷ୍ଟ ଠାରୁ ଅନେକ ଗୁଣରେ ବଡ । ଏହି ଆଷ୍ଟ୍ରୋଏଡ୍ ବେଗ ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ରହିଛି ଅର୍ଥାତ୍ ପ୍ରତି ସେକେଣ୍ଡରେ ୮.୭୨ କିଲୋମିଟର ଗତିକରୁଛି । ଏହି ବେଗରେ ସେ ଯଦି ପୃଥିବୀର କୌଣସି ଅଂଶକୁ ଆଘାତ କରେ, ତେବେ ସୁନାମି ହୋଇପାରେ କିମ୍ବା ଏହା ଦେଶକୁ ନଷ୍ଟ କରିପାରେ । ଏହି ଆଷ୍ଟ୍ରୋଏଡର ନାମ ୫୨୭୬୮ ରଖାଯାଇଛି । ପ୍ରଥମେ ଏହି ଉଲ୍କା ପିଣ୍ଡକୁ ୧୯୯୮ରେ ନାସା ଦେଖିଥିଲା, ଯାହାର ବ୍ୟାସ ପ୍ରାୟ ୪ କିଲୋମିଟର ।

Get real time updates directly on you device, subscribe now.