fbpx

(Video)ମୁଁ ପୁରୁଷ ହେଇ ଯଦି ପୁରୁଷକୁ ଭଲ ପାଇଲି ତ ଅସୁବିଧା କଣ….ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ଅଭିଷେକ

କୋଲକାତା: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ବିତର୍କ ମଧ୍ୟରେ ଗୁରୁବାର ଦିନ ଟିଏମସି ନେତା ତଥା ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ସମଲିଙ୍ଗୀ ବିବାହକୁ ସମର୍ଥନ ଜଣାଇଛନ୍ତି। ସେ କହିଥିଲେ ଯେ ‘ସମସ୍ତଙ୍କୁ ତାଙ୍କ ଜୀବନ ସାଥୀ ବାଛିବା ପାଇଁ ଅଧିକାର ଅଛି। ପ୍ରେମରେ କୌଣସି ଧର୍ମ, ଜାତି କିମ୍ବା ବର୍ଣ୍ଣ ନାହିଁ। ସମସ୍ତଙ୍କର ପ୍ରେମ କରିବାର ଅଧିକାର ଅଛି । ଏହି ପ୍ରସଙ୍ଗରେ ବିଳମ୍ବ ହୋଇଥିବାରୁ ସେ କେନ୍ଦ୍ରକୁ ସମାଲୋଚନା କରିବା ସହ କହିଛନ୍ତି ଯେ କେନ୍ଦ୍ର ଜାଣିଶୁଣି ଏହି ମାମଲାରେ ବିଳମ୍ବ କରାଯାଉଛି , ସେମାନେ ଏଥିପ୍ରତି ଗୁରୁତର ନୁହଁନ୍ତି।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଅଭିଷେକ ବାନାର୍ଜୀ କହିଛନ୍ତି, ‘ଏହି ମାମଲା କୋର୍ଟରେ ବିଚାର କରାଯାଉଛି। ତେଣୁ ମୁଁ ଏହା ଉପରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ ।କିନ୍ତୁ ଯଦି ମୁଁ ଜଣେ ପୁରୁଷ ଏବଂ ମୁଁ ଜଣେ ପୁରୁଷକୁ ଭଲ ପାଏ କିମ୍ବା ଯଦି ମୁଁ ଜଣେ ମହିଳା ଏବଂ ମୁଁ ଜଣେ ମହିଳାଙ୍କୁ ଭଲ ପାଏ… ତେବେ ଏଥିରେ କ’ଣ ଭୁଲ୍ ଅଛି, ପ୍ରେମରେ ପଡ଼ିବାର ସମସ୍ତଙ୍କର ଅଧିକାର ଅଛି… ପ୍ରତ୍ୟେକଙ୍କର ନିଜ ଜୀବନ ପାଇଁ ସାଥି ଚୟନ କରିବାର ଅଧିକାର ଅଛି , ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା । ମୁଁ ଆଶା କରୁଛି ଯେ ସୁପ୍ରିମକୋର୍ଟ ନୈତିକତା ସପକ୍ଷରେ ରାୟ ଦେବେ।

କେନ୍ଦ୍ର ଦ୍ୱାରା ଏକ ଆଫିଡେଭିଟ୍ ଦାଖଲ ଉପରେ ଏକ ପ୍ରଶ୍ନର ଉତ୍ତରରେ ଅଭିଷେକ ବାନାର୍ଜୀ କହିଛନ୍ତି, ‘କେନ୍ଦ୍ର ଏହି ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । କୋର୍ଟ ଯାହା ନିଷ୍ପତ୍ତି ନେବେ, ଆମେ ତାହା ପରେ ଆପଣଙ୍କୁ କହିବୁ। ସମାନ ଲିଙ୍ଗ ବିବାହର ଚାହିଦା କେବଳ ସହରୀ ଶ୍ରେଣୀରେ ସୀମିତ ନୁହେଁ ।ଏହି ବେଞ୍ଚରେ ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଆମେ ସମଲିଙ୍ଗୀ ସମ୍ପର୍କକୁ ଏକକାଳୀନ ସମ୍ପର୍କ ଭାବରେ ଦେଖୁନାହୁଁ, କିନ୍ତୁ ସମ୍ପର୍କ ସବୁଦିନ ପାଇଁ ରହିଥାଏ। ଯାହା କେବଳ ଶାରୀରିକ ନୁହେଁ ବରଂ ଏକ ଭାବପ୍ରବଣତା ମଧ୍ୟ । ତେଣୁ ଏହି କେଶର ଶୁଣାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Get real time updates directly on you device, subscribe now.