fbpx

ବଜ୍ରାଘାତରେ ଜଳିଗଲା ୬ ବଖରା, ଘରକରଣା ଜିନିଷ ପୋଡି ପାଉଁଶ

ଭଦ୍ରକ: ଝଡବର୍ଷାରେ ବଜ୍ରାଘତ କାରଣରୁ ଘର ଜଳିଯାଇଥିବା କଥା ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାର ଡିହିଡି ବ୍ଲକରେ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଘଟିଛି । ଏଥିପାଇଁ ଅନେକଙ୍କ ମୂଲ୍ୟବାନ ଧନ ସଂପତ୍ତି ନଷ୍ଟ ହୋଇଛି ।

ସୂଚନା ଅନୁଯାୟୀ, ୩ଦିନ ହେବ ରାଜ୍ୟରେ ବର୍ଷା ଯୋଗୁଁ ଖରା ତାରିରୁ ରକ୍ଷା ମିଳିଛି । ହେଲେ ଅନ୍ୟପଟେ ଗତକାଲି ବିଳମ୍ବିତ ରାତ୍ରୀରେ ଘଟିଥିବା ଝଡବର୍ଷାରେ ବଜ୍ରାପାତ ଘଟିଥିଲା । ଫଳରେ ଭଦ୍ରକ ଜିଲ୍ଲାର ଡିହିଡି ବ୍ଲକ କୁବେରା ପଞ୍ଚାୟତ କଷଟି ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିବା ଫଳରେ ୬ଟି ବଖରା ଜଳିଯାଇଛି ।

ଘଟଣାସ୍ଥଳରେ ୩ଟି ପରିବାରର ଆସବାପତ୍ର ସହ ଅନେକ ମୂଲ୍ୟବାନ ଜିନିଷ ଜଳିଯାଇଛି । କୌଣସି ମୃତ୍ୟୁ ଓ ଆହତ ହୋଇଥିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସିି ସୂଚନା ମିଳିନାହିଁ । ଏନେଇ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଏହା ବ୍ୟତୀତ ଜଳିଯାଇଥିବା ଘର ଏବଂ ଜିନିଷ ପାଇଁ ଲୋକେ ସରକାରଙ୍କ ପାଖରୁ ସହାୟତା ଆବଶ୍ୟକ କରୁଛନ୍ତି ।

Get real time updates directly on you device, subscribe now.