fbpx

ଗସ୍ତ ପୂର୍ବରୁ ବୈଠକ ; ୪ ମାସ ପରେ ଭାରତ-ଚୀନ୍ ସାମରିକ ଅଧିକାରୀ ଏକାଠି ବସିଲେ

ନୂଆଦିଲ୍ଲୀ : ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ଭାରତ ଗସ୍ତ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବ ଲଦାଖର ବିବାଦୀୟ ସମସ୍ୟାର ସମାଧାନ ପାଇଁ ରବିବାର ଦିନ ଭାରତ ଓ ଚୀନ ଦୁଇ ଦେଶ ମଧ୍ୟରେ ନୂତନ ଉଚ୍ଚ ସ୍ତରୀୟ ସାମରିକ ଆଲୋଚନା ହୋଇଥିଲା। ଦୀର୍ଘ ୪ ମାସ ପରେ ଭାରତ ଓ ଚୀନର ସେନାମାନେ ଏକାଠି ବସି ଆଲୋଚନା କରିଥିଲେ ।

ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗଦେବାକୁ ଶାଙ୍ଗଫୁ ଦିଲ୍ଲୀରେ ଆସିବେ । ଏହି ବୈଠକ ୨୭ ଏପ୍ରିଲରେ ଅନୁଷ୍ଠିତ ହେବ ।

ମିଳିଥିବା ସୂଚନା ଅନୁଯାୟୀ , ଏହି ବୈଠକ ପୂର୍ବ ଲଦାଖର ଲଦାଖର ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ର ଚୀନ୍ ପାର୍ଶ୍ୱରେ ଥିବା ଚୁସୁଲ୍-ମୋଲଡୋ ସୀମା ରେଣ୍ଡେଜଭୋସ୍ ପଏଣ୍ଟରେ ଅନୁଷ୍ଠିତ ହୋଇଥିଲା। ପୂର୍ବ ଲଦାଖର ଡେମୋକୋକ ଏବଂ ଡେପସଙ୍ଗର ଅବଶିଷ୍ଟ ବିବାଦୀୟ ସ୍ଥାନଗୁଡିକ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଭାରତୀୟ ପକ୍ଷ ଜିଦ୍ ଧରିଥିଲେ।

Get real time updates directly on you device, subscribe now.