fbpx

ଦେବଦୂତ ସାଜିଲା କୁକୁର ; ନିଜ ଜୀବନକୁ ବିପଦରେ ପକାଇ ଛୁଆ ଜୀବନ ବଞ୍ଚାଇଲା , ସାପ ସହ ଲଢେଇ କରି ବାହାରକୁ ଫିଙ୍ଗିଲା

ନୂଆଦିଲ୍ଲୀ : କୁକୁର ମାନେ ଛୋଟ ଶିଶୁକୁ ଆକ୍ରମଣ କରିବା ବା କାମୁଡି ମାରି ଦେବା ଭଳି ଘଟଣା ପ୍ରାୟ ସମୟରେ ସାମ୍ନାକୁ ଆସେ । ଏସବୁ କଥାକୁ ନେଇ ଲୋକମାନେ କୁକୁରମାନଙ୍କୁ ଘୃଣା କରିବା ସହ ସାମ୍ଭବ୍ୟ ବିପଦକୁ ଦୃଷ୍ଟିରେ ରଖି ସେମାନଙ୍କୁ ପିଟିବା ବା ହତ୍ୟା କରିବା ଭଳି ଜଘନ୍ୟକାଣ୍ଡ ଘଟାଇବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି । ତେବେ ଏସବୁ ଚର୍ଚ୍ଚାର ଅବସାନ ଘଟାଇ ଦୁଇଟି କୁକୁର ଏକ ଶିଶୁର ଜୀବନ ବଞ୍ଚାଇଛନ୍ତି । ଯାହାର ଭିଡିଓ ଭାଇରାଲ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଏକ ଶିଶୁ ଘରର ବାହାରେ ନିଜ ଡୋଳିରେ ଶୋଇଛି । ତା ମୁଣ୍ଡ ପାଖରେ ଗୋଟିଏ ସାପ ଜଗି ରହିଛି । ଶିଶୁଟିର ଜୀବନ ବଞ୍ଚାଇବା ପାଇଁ କୁକୁର ମାନେ ସେହି ସାପ ଲଢୁଛନ୍ତି । ସାହାସିକତା ଦେଖାଇ କୁକୁର ସେହି ସାପକୁ ଏମିତି ଫିଙ୍ଗିଲା ସିଧା ଯାଇ ସୁଟିଂ ହେଉଥିବା କ୍ୟାମେରା ଉପରେ ପଡିଲା ।

Get real time updates directly on you device, subscribe now.