fbpx

ରାଜସ୍ଥାନର ଶତକବୀର, ଯଶସ୍ୱୀ ଜଏସ୍ୱାଲ: ଦିନେ ରାସ୍ତା କଡରେ ବିକ୍ରି କରୁଥିଲେ ଗୁପଚୁପ

ନୂଆଦିଲ୍ଲୀ: ଦିନେ ରାସ୍ତା କଡ଼ରେ ଗୁପଚୁପ ବିକୁଥିବା ୬ ଫୁଟର ଗୋଟିଏ ପିଲା ଆଜି ସାରା ଭାରତ ପାଇଁ ଗର୍ବ ଆଣି ଦେଇଛି । ମାତ୍ର ୨୧ ବର୍ଷ ବୟସରେ ୱାନଖେଡେ ଷ୍ଟାଡିୟମରେ ଟିମ୍ ପାଇଁ ହାସଲ କରିଛନ୍ତି ଏକ ଦମଦାର ଶତକ । ଗୁପଚୁପ ବିକାଳୀରୁ ସେ ଆଜି ପାଲଟି ଯାଇଛନ୍ତି ଶତକବୀର, ଯଶସ୍ୱୀ । ବର୍ତ୍ତମାନ ଆଇପିଏଲରେ ସବୁଠାରୁ ଚର୍ଚ୍ଚିତ ନାଁ ପାଲଟି ଯାଇଛି ଜଶସ୍ୱୀ ଜଏସ୍ୱାଲ ।ରାଜସ୍ଥାନର ଏହି ଷ୍ଟାର ଓପନରଙ୍କ ଧୁଆଁଦାର ମାଡ଼ରେ କମ୍ପି ଉଠିଛି ମୁମ୍ବାଇର ୱାନଖେଡେ ଷ୍ଟାଡିୟମ୍ ।

ତେବେ କ୍ରିକେଟକୁ ଦୁନିଆକୁ ଆସିବା ପୂର୍ବରୁ ଜଶସ୍ୱୀ ବିକୁଥିଲେ ଗୁପଚୁପ । ମୁମ୍ବାଇରେ କ୍ରିକେଟ ଖେଳିବାକୁ ଆସିଥିବା ଜଶସ୍ୱୀଙ୍କୁ ଅର୍ଥର ଅଭାବ ଗୁପଚୁପ ବିକ୍ରି କରିବା ପାଇଁ ବାଧ୍ୟ କରିଥିଲା । ଦିନରେ ଆଜାଦ ମୈଦାନରେ କ୍ରିକେଟ ଅଭ୍ୟାସ କରୁଥିଲେ ଏବଂ ରାତିରେ ଗୁପଚୁପ ବିକ୍ରି କରୁଥିଲେ ଜଶସ୍ୱୀ । ଏହାସହିତ ସେ ଗାଇ ଗୁହାଳରେ ମଧ୍ୟ କାମ କରିଛନ୍ତି ବୋଲି ଜଣାଯାଇଛି । ଜଶସ୍ୱୀଙ୍କ ଗରିବପଣିଆ ପାଇଁ ମୁସଲିମ ଟେଣ୍ଟରେ ସେ ୩ ବର୍ଷ କାଳ ସମୟ କାଟିଛନ୍ତି । ଜଶସ୍ୱୀଙ୍କ ଏହି ଅଭାବୀ ଏବଂ କଷ୍ଟଦାୟକ ସମୟରେ ତାଙ୍କୁ ସାହା ହୋଇଥିଲେ କୋଚ ଜ୍ୱାଲା ସିଂ । ଜଶସ୍ୱୀଙ୍କୁ ସେ ମାଗଣା କ୍ରିକେଟ ଶିଖାଇବା ସହ ଆଗକୁ ବଢିବାର ରାସ୍ତା ଦେଖାଇଥିଲେ । ଏହାପରେ ଜଶସ୍ୱୀ ଦାଦର ୟୁନିୟନ କ୍ଲବକୁ କ୍ରିକେଟ ଖେଳିବା ପାଇଁ ଯାଇଥିଲେ । ତେବେ ସେଠାରୁ ସେ ଇଂଲଣ୍ଡ ଯାଇଥିଲେ କ୍ରିକେଟ ଖେଳିବା ପାଇଁ, ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।

ଜଶସ୍ୱୀ ଏହାପୂର୍ବରୁ ଅଣ୍ଡର-୧୬, ୧୯, ୨୩ ପାଇଁ ନିଜର ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଏହାବ୍ୟତୀତ ବିଜୟ ହଜାରେ ଟ୍ରଫିରେ ମଧ୍ୟ ୫୦ ଓଭର ଖେଳି ୨୦୦ ରନ୍ ହାସଲ କରିଥିବା ସବୁଠାରୁ କନିଷ୍ଠ ଖେଳାଳି ପାଲଟିଛନ୍ତି ଜଶସ୍ୱୀ । ତେବେ ୨୦୨୦ରେ ଜଶସ୍ୱୀଙ୍କୁ ଆଇପିଏଲରେ ୨ କୋଟି ୪୦ ଲକ୍ଷ ଟଙ୍କା ଦେଇ ରାଜସ୍ଥାନ ରୋୟଲ୍ସ ନିଜ ଦଳରେ ସାମିଲ କରିଥିଲା । ଚଳିତ ସିଜନରେ ଜଶସ୍ୱୀଙ୍କ ବ୍ୟାଟରୁ ଦମଦାର ଖେଳ ଦେଖିବାକୁ ମିଳୁଛି । ଗତକାଲି ମ୍ୟାଚରେ ଆଇପିଏଲର ଐତିହାସିକ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ବିସ୍ପୋରକ ଶତକ ହାସଲ କରିଛନ୍ତି । ମାତ୍ର ୬୨ ବଲରୁ ୧୬ଟି ଚୌକା ଏବଂ ୮ଟି ଛକା ସହ ୧୨୪ରନ୍ର ଦମଦାର ପ୍ରଦର୍ଶନ କରଛନ୍ତି ଜଶସ୍ୱୀ ।

Get real time updates directly on you device, subscribe now.