fbpx

Video: ବଦ୍ରିନାଥ ରାଜପଥରେ ଭୟଙ୍କର ଦୁର୍ଘଟଣା, ଭକ୍ତଙ୍କ ସମ୍ମୁଖରେ ଭୁଶୁଡ଼ି ପଡ଼ିଲା ପର୍ବତ, ଦେଖନ୍ତୁ ଭୟାନକ ଦୃଶ୍ୟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ କେଦାରନାଥ ଧାମ ରାସ୍ତାରେ ଗ୍ଲାସିୟର ଖସିବା କାରଣରୁ ଯାତ୍ରାକୁ ବନ୍ଦ କରି ଦିଆଯାଇଛି । ସେହିପରି ଗୁରୁବାର ସନ୍ଧ୍ୟାରେ ବଦ୍ରୀନାଥ ଧାମ ଯାଉଥିବା ଭକ୍ତ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଭକ୍ତମାନେ ଯାଉଥିବା ସମାୟରେ ଜୋଶିମଠ ପୂର୍ବରୁ ହଠାତ୍ ଏକ ପର୍ବତ ଫାଟି ଯାଇ ବଦ୍ରିନାଥ ଯାଉଥିବା NH-58 ରାଜପଥରେ ଖସିପଡିଥିଲା। ଏହି ସମୟରେ ଭକ୍ତଙ୍କ ଗାଡିର ଧାଡି ରାଜପଥର ଉଭୟ ପାର୍ଶ୍ୱରେ ଜମା ହୋଇ ରହିଥିଲେ। ସୌଭାଗ୍ୟବଶତ, ଗାଡ଼ିଗୁଡ଼ିକ ଟିକିଏ ପଛରେ ଥିଲେ, ଯଦି ସେମାନେ ଆଗରେ ଥାଆନ୍ତେ, ସେମାନେ ପାହାଡ଼ରୁ ଖସୁଥିବା ପଥର ତଳେ ଆସି ଅଳକାନନ୍ଦ ନଦୀରେ ପଡ଼ିଥାନ୍ତେ।

ଏହି ସମୟର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଯିଏ ଏହାକୁ ଦେଖିବ ନିଶ୍ଚିତ ଭାବେ ଟିକିଏ ଡରି ଯଅଇପାରେ । ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ଏହି ଘଟଣାର ଭିଡିଓ ନିଜ ମୋବାଇଲରେ ରେକର୍ଡ କରିଥିଲେ । ରାଜପଥରେ ପାହାଡ଼ ଖସିବା ପରେ ରାସ୍ତା ସଫା କାମ ଜାରି ରହିଛି ଏବଂ ଗମନା ଗମନ ଠପ ହୋଇଯାଇଛି । ଏହି ସ୍ଥାନରେ ଏବେ ହଜାର ହଜାର ଭକ୍ତ ଫସି ରହିଥିବା କୁହାଯାଉଛି ।

ତେବେ ଏହି ହୃଦୟ ବିଦାରକ ଦୁର୍ଘଟଣା ଜାତୀୟ ରାଜପଥ -୫୮ ରେ ହେଲେନ ନାମକ ଏକ ସ୍ଥାନରେ ଘଟିଥିଲା, ଯାହା ପିପାଲକୋଟି ଏବଂ ଜୋଶିମାଥ ମଧ୍ୟରେ ଅବସ୍ଥିତ। ଯାହା ଯୋଷୀମଠ ଅଂଚଳରେ ଆସୁଛି, ଏଠାରେ ପୂର୍ବରୁ ମଧ୍ୟ ପୁରା ସହର ଖସୁଥିବା ଖବର ଆସିଛି। ସୂଚନାନୁସାରେ, ଚାରଧାମ ଯାତ୍ରା ସମୟରେ ହଜାର ହଜାର ଯାନବାହନ ଚଳାଚଳ ହେତୁ ଭୂସ୍ଖଳନ ହେବାର ସମ୍ଭାବନା ରହିଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଏହି ରାଜପଥକୁ ସବୁ ପ୍ରକାର ପାଗରେ ଯାତ୍ରା କଲା ଭଳି ରାସ୍ତା କରିଛନ୍ତି। ଯାହାଦ୍ୱାରା ଚାର ଧାମ ଯାତ୍ରା ବର୍ଷକୁ ୧୨ ମାସ ପର୍ଯ୍ୟନ୍ତ ଚାଲିବ। ଏଥି ସହିତ, ଏହା ପଛରେ ଏକ କାରଣ ମଧ୍ୟ ରହିଥିଲା ​​ଯେ ଉତରାଖଣ୍ଡ ଦେଇ ଯାଉଥିବା ଆନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ସେନାର ଗତିବିଧି ବର୍ଷସାରା ବାଧାପ୍ରାପ୍ତ ହେବ ନାହିଁ।

Get real time updates directly on you device, subscribe now.