fbpx

ବିବାହ ନ କରି ସାଙ୍ଗ ହୋଇ ରହିଲେ ୩୫ ବର୍ଷ, ଏବେ ୬୦ ବର୍ଷରେ କରିବାକୁ ଯାଉଛନ୍ତି ବିବାହ

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବୟଷ୍କ ବ୍ୟକ୍ତିଙ୍କ ଲଭ ଷ୍ଟୋରୀ ଭାଇରାଲ ହେବାରେ ଲାଗିଛି । ୩୫ ବର୍ଷ ସାଙ୍ଗ ହୋଇ ରହିବା ପରେ ଏବେ ୬୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି । ତାଙ୍କ କହିବା ଅନୁସାରେ ବୟସ ବଢିବା ସହ ତାଙ୍କର ଭଲପାଇବା କମି ନାହିଁ । ଖାସ କରି ଏହାକୁ ଦେଖାଇବା ପାଇଁ ସେ ବିବାହ କରୁଛନ୍ତି । ତେବେ ଏହି କପଲଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଏହି ମାମଲା ବ୍ରିଟେନର ଅଟେ । ୫୮ ବର୍ଷର ଗ୍ରାହମ ମାର୍ଟିନ ନିଜ ୬୦ ବର୍ଷୀୟ ଲାନଙ୍ଗ ଟାଇମ ପାର୍ଟନର ଏଣ୍ଡିୟାଙ୍କୁ ପ୍ରପୋଜ କରିଛନ୍ତି । ସେ ଏଣ୍ଡ୍ରିୟାଙ୍କୁ ବୁଲାଇବା ପାଇଁ ଷ୍କଟ ଲ୍ୟାଣ୍ଡର ମଧ୍ୟଭାଗକୁ ନେଇ ଯାଇଥିଲେ । ସେଠାରେ ବୁଲାଇବା ମଧ୍ୟରେ ସେ ଏଣ୍ଡ୍ରିୟାଙ୍କୁ ବିବାହ କରିବାକୁ ପ୍ରପୋଜ କରିଥିଲେ । ମାର୍ଟିନଙ୍କ ଏହି ପ୍ରପୋଜକୁ ଦେଖି ସେ ବହୁତ ଖୁସି ହୋଇ କାନ୍ଧି ପକାଇଥିଲେ । ଏଣ୍ଡ୍ରିୟାଙ୍କ ସହ ଭଲପାଇବା ହେବା ପରେ ମଧ୍ୟ ମାର୍ଟିନ କେବେ ଭାବିନଥିଲେ ଯେ, ସେ ତାଙ୍କୁ ବିବାହ ଚକରିବେ ବୋଲି । ସମୋନଙ୍କୁ ଲାଗିଥିଲା ଯେ, ଦୁଇ ଜଣଙ୍କର ଭଲପାଇବା ଏବଂ ଯତ୍ନ ସର୍ବଦା ରହିବା ପାଇଁ ଉପଯୋଗୀ ହେବ ।

ସୂଚନା ଅନୁଯାୟୀ, ଏଣ୍ଡିୟା ଏବଂ ମାର୍ଟିନଙ୍କ ସଂପର୍କ ୧୯୮୮ ମେ’ ମାସରେ ହୋଇଥିଲା । ଦୀର୍ଘ ୩୫ ବର୍ଷ ହୋଇ ଗଲାଣି ସେ ଲିଭ-ଇନ ପାର୍ଟନରରେ ରହୁଥିଲେ । ତାଙ୍କର ପିଲା ମଧ୍ୟ ହୋଇସାରିଛନ୍ତି ହେଲେ ଏହି ବର୍ଷ ମାର୍ଟିନଙ୍କ ହୃଦୟ ପରିବର୍ତ୍ତନ ହୋଇ ବିବାହ ପାଇଁ ପ୍ରପୋଜାଲ ଦେଇ ଏଣ୍ଡ୍ରିୟାଙ୍କ ୁ ସରପ୍ରାଇଜ ଦେଇଥିଲେ । ତେବେ ଏଣ୍ଡ୍ରିୟା ଏହାକୁ ନେଇ କହିଛନ୍ତି ଯେ, ମୋତେ ଏଗୁଡା କିଛି ବିଶ୍ୱାସ ହେଉନାହିଁ । ପ୍ରକୃତରେ ସେ ବହୁତ ରୋମାଣ୍ଟିକ୍ ଅଟନ୍ତି କିନ୍ତୁ ଏହି ବୟସରେ ତାଙ୍କର ଏହି ରୋମାନ୍ସ ଦେଖି ପୁଣି ଥରେ ପ୍ରେମ ଜୀବିତ ହୋଇ ଉଠିଛି । ସେ ଏଣ୍ଡ୍ରିୟାଙ୍କ ପିତାଙ୍କ ଠାରୁ ଅନୁମତି ନେଇ ବିବାହର ପ୍ରପୋଜାଲ ଦେଇଛନ୍ତି ।

Get real time updates directly on you device, subscribe now.