fbpx

ଭାରତର ଏମିତି ଜାଗା, ଯେଉଠି ମହିଳାଙ୍କୁ ମିଳେନି ଏଣ୍ଟ୍ରି: କାରଣ ଖୁବ୍ ଅଜବ

ନୂଆଦିଲ୍ଲୀ: ଆଜିକାଲିର ମହିଳା ଅନେକ ଦିଗରେ ବିକାଶ କରିଛନ୍ତି । କେବଳ ବିଦେଶ ନୁହେଁ, ବରଂ ଅନ୍ତରୀକ୍ଷରେ ମଧ୍ୟ ପହଞ୍ଚିବାରେ ଦକ୍ଷ ଆଜିକାଲିର ମହିଳା । କିନ୍ତୁ ପୃଥିବୀରେ ଏମିତି କିଛିଟା ଜାଗା ରହିଛି, ଯେଉଁଠାରେ ସେମାନେ ଚାହିଁଲେ ପହଞ୍ଚି ପାରିବେ ନାହିଁ । କାରଣ ଏହି ସବୁ ସ୍ଥାନରେ ମହିଳାଙ୍କ ଉପରେ ବ୍ୟାନ୍ ଲଗାଯାଇଛି । ଏହିସବୁ ସ୍ଥାନ ଭିତରକୁ କୌଣସି ମହିଳା ପ୍ରବେଶ କରିପାରିବେ ନାହିଁ । ଭାରତରେ ମଧ୍ୟ ଏଭଳି କିଛି ସ୍ଥାନ ରହିଛି ।

  • ବର୍ଣ୍ଣିଙ୍ଗ ଟ୍ରି କ୍ଲବ୍, ଆମେରିକା: ଆମେରିକାର ଏହି କ୍ଲବରେ ଧନୀ ଲୋକମାନେ ବିଭିନ୍ନ ପ୍ରକାରର ଖେଳ ଖେଳିବା ପାଇଁ ଆସନ୍ତି । କିନ୍ତୁ ଏହି କ୍ଲବ ଭିତରକୁ ମହିଳାଙ୍କ ପ୍ରବେଶ ଉପରେ ନିଷିଦ୍ଧାଦେଶ ରହିଛି । ଏମିତି କାହିଁକି ହୁଏ? ଏହାର ପ୍ରକୃତ କାରଣ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ବେଳେବେଳେ ମହିଳାଙ୍କ କିମ୍ବା ଯୁବତୀଙ୍କୁ ଏହା ଭିତରକୁ ଆସିବାର ଅନୁମତି ଦିଆଯାଏ, କିନ୍ତୁ ଅନ୍ୟ ସମୟରେ ଏଠାକୁ ମହିଳାମାନେ ପ୍ରବେଶ କରିପାରନ୍ତି ନାହିଁ ।

Amenities - Public | Burning Tree Country Club

  • ଇରାନ ସ୍ପୋର୍ଟସ ଷ୍ଟାଡିୟମ: ଇରାନର ଷ୍ଟାଡିୟମ ଭିତରକୁ ମଧ୍ୟ ମହିଳା ଦର୍ଶକଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଇରାନ ସରକାରଙ୍କ ଧାରଣା ରହିଛି ଯେ, ପୁରୁଷମାନଙ୍କୁ ସର୍ଟ ହ୍ରେସରେ ଫୁଟବଲ କିମ୍ବା ଅନ୍ୟ ଖେଳ ଖେଳୁଥିବାର ଦେଖିବା ଦ୍ୱାରା ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏହାଦ୍ୱାରା ସେମାନଙ୍କ ଇସଲାମ ଉପରେ ଆସ୍ଥା କମଜୋର ହୋଇଯାଏ । ତେଣୁ ୧୯୭୯ ମସିହାରୁ ମହିଳାଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ।

Bluegirl's death pressures Iran to allow women into stadiums

ତେବେ ଭାରତରେ ମଧ୍ୟ ଏପରି କିଛି ସ୍ଥାନ ରହିଛି

  • ସବରୀମାଳା: ଭାରତର ଏହିପରି ଏକ ସ୍ଥାନ ହେଉଛି କେରଳର ସବରୀମାଳା ମନ୍ଦିର । ଏହି ମନ୍ଦିରକୁ ୧୦ ବର୍ଷରୁ ୫୦ ବର୍ଷ ମଧ୍ୟରେ କୌଣସି ମହିଳା ପ୍ରବେଶ କରିପାରିବେ ନାହିଁ । ତେବେ ଋତୁସ୍ରାବ ହେବା ପରେ ହିଁ ସେଠାରେ ମହିଳାମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥାଏ । ତେବେ ଏହାର କାରଣ ହେଉଛି, ସବରୀମାଳା ମନ୍ଦିରରେ ବିରାଜମାନ ଅୟପ୍ପା ସ୍ୱାମୀ ବ୍ରହ୍ମଚାରୀ । ତେଣୁ କୌଣସି ମହିଳା ସେଠାକୁ ଯାଇପାରନ୍ତି ନାହିଁ । ତେବେ ବର୍ତ୍ତମାନ ଏହି ମନ୍ଦିରକୁ ମହିଳାଙ୍କୁ ପ୍ରବେଶ ପାଇଁ ଆଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

Kerala HC holds special sitting over Sabarimala rush | Latest News India -  Hindustan Times

  • ପତବୌସୀ ମନ୍ଦିର: ଆସାମ: ଆସାମର ଏହି ମନ୍ଦିରକୁ ମଧ୍ୟ ୧୨ରୁ ୪୫ ବର୍ଷୀୟ ମହିଳା ବା ଯୁବତୀଙ୍କ ପ୍ରବେଶକୁ ବାରଣ ହୋଇଛି । ଯେଉଁ ମହିଳା ମାନଙ୍କର ଋତୁସ୍ରାବ ହେଉଥାଏ, ସେମାନେ ଭିତରକୁ ଯିବା ଦ୍ୱାରା ମନ୍ଦିରର ଶୁଦ୍ଧତା ଏବଂ ପବିତ୍ରତା ନଷ୍ଟ ହୁଏ ବୋଲି ମନ୍ଦର ପ୍ରଶାସନର ଧାରଣା ରହିଛି । ସେଥିପାଇଁ ଏହି ମନ୍ଦିର ଭିତରକୁ ଏହି ବୟସବର୍ଗର କୌଣସି ମହିଳାଙ୍କୁ ଏଣ୍ଟ୍ରି ଦିଆଯାଏ ନାହିଁ ।

সত্ৰভূমি বৰপেটাৰ লোক সংস্কৃতি আৰু লোক শিল্প

Get real time updates directly on you device, subscribe now.