ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ପ୍ରେମୀ ଯୁଗଳ ହୋଟେଲକୁ ଯାଇ ସମୟ ବିତାଉଥିଲେ । ହଠାତ୍ ଯିଅ ଘରୁ ଫୋନ ଆସିବା ପରେ ଝିଅର କଥା ଶୁଣି ଘର ଲୋକ ଚିନ୍ତାରେ ପଡିଗଲେ । ଝିଅଟି ତାଙ୍କ ବାପାଙ୍କୁ କହିଲେ ଆମକୁ ବଞ୍ଚାଇ ଦିଅ । ତେବେ ଆସନ୍ତୁ ଜାଣିବା ପ୍ରକୃତ ମାମଲା କଣ ଘଟିଛି..
ସୂଚନା ଅନୁସାରେ, ଏହି ମାମଲାଟି ଇନ୍ଦୋରର ବିଜୟ ନଗର ଅଞ୍ଚଳରେ ଘଟିଛି । ଏଠାରେ ଏକ ପ୍ରେମୀ ଯୁଗଳ ଏକ ହୋଟେଲରେ ପହଁଚିଥିଲେ । ସେଠାରେ ଭିତରକୁ ଯାଇ ଦୁଇ ଜଣ ବିଷ ଖାଇଦେଲେ । ସେହି ସମୟରେ ପରିବାର ଲୋକେ ଫୋନ କରିବାରୁ ଝିଅଟି ଫୋନ ଉଠାଇ କହିଲା ବାପା ଆମକୁ ବଂଚାଅ ଆମେ ବିଷ ପିଇଦେଇଛୁ । ସେହି ସମୟରେ ପରିବାର ଲୋକେ ପୋଲିସ ସହ ସେହି ହୋଟେଲରେ ପହଁଚିଥିଲେ ।
ଏହି ମାମଲାରେ ପରିବାର ଲୋକେ କହିଥିଲେ ଯେ, ସେହି ଦୁଇ ଜଣ ୨ ବର୍ଷ ହେଲାଣି ପରସ୍ପରକୁ ଜାଣିଥିଲେ । ପରିବାର ଲୋକେ ତାଙ୍କ ବାହାଘରକୁ ନେଇ ମଧ୍ୟ ରାଜି ଥିଲେ । ହେଲେ ଏପରି ବିଷ ଖାଇ ଆତ୍ମହତ୍ୟା କରିବା ଏକ ସନ୍ଦେହଜନକ ବିଷୟ ପାଲଟିଛି ।
ହୋଟେଲରୁ ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଦୁଇ ଜଣ ବିଷ ଖାଇ ମରିବା ପଛରେ କାରଣ ଅସ୍ପଷ୍ଟ ରହିଛି । ପୋଲିସ କହିଛି ଯେ, ଉଭୟ ପୁଅ ଏବଂ ଝିଅ ବିଷ ଖାଇଛନ୍ତି । ଆମେ ଏହି ମାମଲାର ତଦନ୍ତ ଚଳାଇଛୁ, ଦୁଇ ଜଣଙ୍କ ବୟସ ୨୩ ରୁ ୨୫ ବର୍ଷ ଅଟେ ।