fbpx

ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା ଆରବିଆଇ: ଅଟକିଛି ଲକ୍ଷାଧିକ ଆକାଉଣ୍ଟଧାରୀଙ୍କ ଟଙ୍କା, ଏଥିରେ ନାହିଁ ତ ଆପଣଙ୍କର ଖାତା?

ଦେଶରେ କରୋନା ସଙ୍କଟ ଚାଲିଥିବା ସମୟରେ ସିକେପି ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରି ଗ୍ରାହକମାନଙ୍କୁ ଝଟକା ଦେଇଛି ଆରବିଆଇ । ମନି କଣ୍ଟ୍ରୋଲ ମୁତାବକ, ଆରବିଆଇର ଏଭଳି ପଦକ୍ଷେପ ପାଇଁ ପ୍ରାୟ ୧.୨୫ ଲକ୍ଷ ଆକାଉଣ୍ଟଧାରୀଙ୍କ ଉପରେ ସଙ୍କଟ ଉପୁଜିଛି । ଆକାଉଣ୍ଟଧାରୀଙ୍କ ୪୮୫ କୋଟି ଟଙ୍କା ବ୍ୟାଙ୍କରେ ଅଟକିରହିଛି ।

ତେବେ ୨୦୧୪ ମସିହାରୁ ଏହି ବ୍ୟାଙ୍କ ଉପରୁ ପ୍ରତିବନ୍ଧକର ଅବଧିକୁ ଲଗାତାର ବଢାଇ ଆସୁଥିଲା ଆରବିଆଇ । ଏହା ପୂର୍ବରୁ ମାର୍ଚ୍ଚ ୩୧ରେ ଅବଧି ବୃଦ୍ଧି କରି ମେ ୩୧କୁ କରାଯାଇଥିଲା, କିନ୍ତୁ ଏହା ପୂର୍ବରୁ ହିଁ ଆରବିଆଇ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି । ୨୦୧୪ରୁ ସିକେପି ବ୍ୟାଙ୍କର କ୍ଷତି ବଢିଚାଲିଥିବା ବେଳେ ନିଟ୍ ମୂଲ୍ୟରେ ହ୍ରାସ ଯୋଗୁଁ କାରବାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

Get real time updates directly on you device, subscribe now.