fbpx
BSKY
BJD SHG SKY
BJD YOUTH SKY

ହାଇକୋର୍ଟରୁ ଅପହରଣ କରାଯାଇଥିଲା, ଲାଠିରେ ପିଟା ଯାଇଥିଲା – ମୁକୁଳିବା ପରେ ଇମ୍ରାନ୍ ଙ୍କ ବୟାନ୍

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରାଯାଇଛି। ଏହି ମାମଲାରେ ଶୁକ୍ରବାର ଦିନ ତାଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ହୋଇଛି । ମୁକ୍ତ ହେଉ ହେଉ ଇମ୍ରାନ୍ ଖାନ୍ ନିଜର ବୟାନ ବାଜି ଆରମ୍ଭ କରି ଦେଇଛନ୍ତି । ଶହବାଜ ସରକାର ଉପରେ ଆରୋପ ଲଗାଇବା ସହ ଶାନ୍ତି ରଖିବାକୁ ନିଜ ସମର୍ଥକମାନଙ୍କୁ ନିବେଦନ କରିଛନ୍ତି । ସେ ଅଭିଯୋଗ କରି କହିଛନ୍ତି ଯେ ମୋତେ ହାଇକୋର୍ଟରୁ ଅପହରଣ କରାଯାଇଥିଲା ଏବଂ ପରେ ଲାଠି ବା ବାଡ଼ିରେ ପିଟିଥିଲେ। ଏମିତି ଏକ ସାଧାରଣ ଅପରାଧୀଙ୍କ ସହିତ ମଧ୍ୟ ଘଟେ ନାହିଁ, ଏହା ପରେ କ’ଣ ହେଲା ମୁଁ ଜାଣେ ନାହିଁ ।

ସୂଚନାଯୋଗ୍ୟ, ଗୁରୁବାର ଦିନ ପାକିସ୍ତାନର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ବୋଲି ଘୋଷଣା କରିଥିଲେ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ପାକିସ୍ତାନର ସୁପ୍ରିମକୋର୍ଟ ଏକ ଘଣ୍ଟା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଉପସ୍ଥାପନ କରିବାକୁ ଦୁର୍ନୀତି ନିବାରଣ ମନିଟରିଂ ଏଜେନ୍ସି (ନାବ) କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ କୋର୍ଟ କହିଛନ୍ତି ଯେ ଏଜେନ୍ସି କୋର୍ଟ ପରିସରରେ ପ୍ରବେଶ କରି ରେଜିଷ୍ଟ୍ରାରଙ୍କ ବିନା ଅନୁମତିରେ ଇମ୍ରାନ ଖାନଙ୍କୁ ଗିରଫ କରି କୋର୍ଟକୁ ଅବମାନନା କରିଛନ୍ତି। କୋର୍ଟଙ୍କ କଠୋର ମନ୍ତବ୍ୟ ପରେ ଅପରାହ୍ନ ୫ ଟା ସମୟରେ କଡା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବିଚାରପତିଙ୍କ ଦ୍ୱାର ଦେଇ ସୁପ୍ରିମକୋର୍ଟ ଭିତରକୁ ନିଆଯାଇଥିଲା। ପୋଲିସର କଡାକଡି ସୁରକ୍ଷା ମଧ୍ୟରେ ତାଙ୍କୁ ଭିତରକୁ ନିଆଯାଇଥିଲା ।

Get real time updates directly on you device, subscribe now.