fbpx

ମଦପ୍ରେମୀଙ୍କ ପାଇଁ ଖବର; ମଦକୁ ନେଇ ନୂଆ ନିୟମ ଜାରି କଲା ରେଲୱେ: ଜାଣି ରଖନ୍ତୁ ଯାତ୍ରୀ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ବଡ ଖବର ଆଣିଛି ରେଲୱେ । ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ନିୟମ ମାନିବାକୁ ପଡିଥାଏ । ତେବେ ଅନେକେ ଥର କିଛି ଲୋକ ମଦ ପିଇ ଯାତ୍ରା କରୁଥିବାର ଦେଖା ଯାଇଥାଏ, କିମ୍ବା ମଦ ନେଇ ଟ୍ରେନରେ ଯାତ୍ରା କରିଥାନ୍ତି । ତେବେ ଟ୍ରେନରେ ମଦ ନେଇ ଯାତ୍ରା କରି ହେବ କି? ଏଥିପାଇଁ ମଧ୍ୟ ରେଲୱେର ରହିଛି କିଛି ନିୟମ ।

ସୂଚନା ଥାଉ କି, ମଦକୁ ନେଇ ବିଭିନ୍ନ ରାଜ୍ୟର ଅଲଗା ନିୟମ ରହିଛି । ତେଣୁ ଟ୍ରେନରେ ମଦ ନେବା ଘଟଣା ଆଇନଗତ ନା ବେଆଇନ ଏହା ସେହି ରାଜ୍ୟ ଉପରେ ନିର୍ଭର କରିଥାଏ, ଯେଉଁଠିକୁ ଆପଣ ଯାତ୍ରା କରୁଥାନ୍ତି । ସମ୍ବିଧାନରେ ଏ ନେଇ ଛାଡ କରାଯାଇଛି ଯେ ସମସ୍ତ ରାଜ୍ୟ ମଦକୁ ନେଇ ନିଜ ନିଜର ନିୟମ ପ୍ରସ୍ତୁତ କରିପାରିବେ । ସେହିପରି ମଦକୁ ଟ୍ରେନ, ମେଟ୍ରୋ କିମ୍ବା ବସ୍ ଇତ୍ୟାଦି କୌଣସି ପରିବହନ ବ୍ୟବସ୍ଥାରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନିଆ ଯାଇ ପାରିବ ନାହିଁ । ଉତ୍ତର ରେଲୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଠାରେଟ୍ରେନରେ ମଦ ନେଇ ଯାତ୍ରା କରିବା ମନା । ଯଦି କେହି ବ୍ୟକ୍ତି ଟ୍ରେନରେ ମଦ ନେଇ ଯାତାୟତ କରନ୍ତି, ତାଙ୍କ ବିରୋଧରେ ରେଲୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଇଣ୍ଡିଆନ ରେଲୱେ ଆକ୍ଟ ୧୯୮୯ର ଦାରା ୧୬୫ ଅନୁଯାୟୀ, ଏହି ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଏହାବ୍ୟତୀତ କୌଣସି ବ୍ୟକ୍ତି ଅନ୍ୟ କୌଣସି ବର୍ଜ୍ୟବସ୍ତୁ ନେଇ ଯାତାୟତ କଲେ ତାଙ୍କ ଉପରେ ୫୦୦ ଟଙ୍କାର ଜରିମାନା ଲଗା ଯାଇପାରେ । ସେହିପରି ଯଦି ଏହି ବସ୍ତୁ ପାଇଁ କୌଣସି କ୍ଷତି ହୋଇଥାଏ, ଏହାର କ୍ଷତିପୂରଣ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହିଁ ଦେବାକୁ ପଡିବ ।

Get real time updates directly on you device, subscribe now.