ଆପଣଙ୍କ ପାଦରେ ଝିମଝିମ୍ ଅନୁଭୂତ ହେଉଛି କି ? ଏହି ଭିଟାମିନ୍ ଅଭାବରୁ ହୋଇପାରେ ଏପରି, ଜାଣନ୍ତୁ କିପରି ମୁକ୍ତି ପାଇବେ
ସାଧାରଣତଃ ଭିଟାମିନ୍ ଅଭାବରୁ ଅନେକ ରୋଗର ସାମ୍ନା କରିବାକୁ ପଡେ। ପ୍ରାୟତଃ ଶରୀରରେ ଭିଟାମିନ୍ କମ୍ ହୋଇଗଲେ ମଧୁମେହ ଏବଂ କୋଲେଷ୍ଟ୍ରୋଲ୍ ଶରୀରରେ ବୃଦ୍ଧି ହୋଇଯାଏ। କିନ୍ତୁ, ସାଧାରଣତ ଏହି ଭିଟାମିନ୍ କମ୍ ହେଲେ ହାତ ପାଦ ଝିମଝିମ୍ ହୋଇଥାଏ। କୁହାଯାଏ ଶରୀରରେ ଭିଟାମିନ୍ ବି ଏବଂ ଭିଟାମିନ୍ ଇ ର ଅଭାବରୁ ହୋଇପାରେ। ଏହି ଅଭାବ ହେତୁ ଯେପରି ଲାଗେ ପାଦରେ ପିମ୍ପୁଡି ଚଢୁଛି।ଏହି ପରିସ୍ଥିତିରେ ଯନ୍ତ୍ରଣା ମଧ୍ୟ ଉତ୍ପନ୍ନ ହୁଏ। ଏହି ସମସ୍ୟାକୁ କିପରି ଦୂର କରାଯାଇପାରିବ ଚାଲନ୍ତୁ ଜାଣିବା…
ହାତ ଏବଂ ପାଦରେ ଝିମଝିମ୍ ହେବାର ସବୁଠାରୁ ବଡ କାରଣ ହେଉଛି ଭିଟାମିନ ଇ ର ଅଭାବ । ଏହି ନ୍ୟୁଟ୍ରିୟଣ୍ଟସ ଏବଂ ଆଣ୍ଟି-ଅକ୍ସିଡେଣ୍ଟସ ଅଟେ ଯାହା ଆମକୁ ଫ୍ରି ରେଡିକୁଲସ ସହ ହେଉଥିବା କନେକସନକୁ କମ୍ କରିପାରେ । ଏହି ଫ୍ରି ରେଡିକୁଲସ ସୂର୍ଯ୍ୟଙ୍କ କିରଣ, ଖରାପ ପବନ ଏବଂ ଧୂଆଁ ଦ୍ୱାରା ମଧ୍ୟ କ୍ଷତି ପହଁଚାଇପାରେ । ଏହାଠାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଏପରି ଫୁଡସକୁ ଖାଇବାକୁ ହେବ ଯାହା ଭିଟାମିନରେ ଭରପୂର ।
ଭିଟାମିନ ଇ ର ଅଭାବକୁ କେମିତି ପୂରା କରିବେ ଜାଣନ୍ତୁ :-
ଯେତେବେଳେ ବଡିରେ ଭିଟାମିନ୍ ଇ ର ଅଭାବ ହେବ ସେତେବେଳେ ହାତ ଏବଂ ପାଦରେ ଝିମଝିମ ବଢ଼ିବା ଏକ ସାଧାରଣ କଥା । ଏହାର କମିକୁ ପୂରା କରିବା ପାଇଁ ଡେଲି ଲାଇଫରେ ମିଳୁଥିବା ଅନେକ ଜିନିଷକୁ ଖାଇପାରିବେ । ଏହାଦ୍ୱାରା ଆପଣଙ୍କ ଏହିି ସମସ୍ୟାରୁ ଛୁଟକାରା ମିଳିପାରିବ ।
ବାଦାମକୁ ଭିଟାମିନ୍ ଇ ର ରିଚ୍ ସୋର୍ସ ବୋଲି ଧରାଯାଏ । ଏହାକୁ ଆପଣ କଞ୍ଚା ନଚେତ ଭିଜାଇ ଖାଇପାରିବେ । ଏହା ନା କେବଳ ଫିଜିକାଲ, ବରଂ ମେଣ୍ଟାଲ ହେଲ୍ଥ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ।
ଆପଣ ନିଜର ପ୍ରତିଦିନର ଭୋଜନ ରାନ୍ଧିବା ସମୟରେ ସୂର୍ଯ୍ୟମୁଖୀ ତେଲର ବ୍ୟବହାର କରିପାରିବେ । ଏହା ଶରୀରକୁ ଭରପୂର ଭିଟାମିନ ଇ ପ୍ରଦାନ କରିଥାଏ । କିଛି ଲୋକ ସାଲାଡରେ ଏହି ତେଲକୁ ମିଶାଇ ସେବନ କରନ୍ତି ।
ପ୍ରତିଦିନର ସ୍ନାକ୍ସ ରୂପେ ଖିଆଯାଉଥିବା ପିନଟ୍ସ ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛି । ଯେଉଁଥିରେ ଭିଟାମିନ ଇର ମାତ୍ରା ଭରପୂର ହୋଇରହିଛି ।
ଆବାକଡୋ ମଧ୍ୟ ସେହି ଫଳ ମଧ୍ୟରେ ସାମିଲ ରହିଛି ଯାହା ଜରିଆରେ ଶରୀରରେ ଭିଟାମିନ ଇର ଅଭାବକୁ ପୂରା କରାଯାଇହେବ ।