fbpx

ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ ବିଭାଗ ଦାୟିତ୍ୱ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଜି ଆଉ ଦୁଇଟି ବିଭାଗର ଦାୟିତ୍ୱ ମିଳିଲା । ତାଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଭାର ଦିଆଯାଇଛି । ପୂର୍ବରୁ ସେ କେବଳ ରାଜସ୍ୱ ବିପର୍ଯ୍ୟୟ ବିଭାଗର ପରିଚାଳନା କରୁଥିବା ବେଳେ ବର୍ତ୍ତମାନ ତାଙ୍କୁ ଅନ୍ୟ ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଛି ।

ସୂଚନା ଅନୁଯାୟୀ, ୨ଟି ମନ୍ତ୍ରୀ ଇସ୍ତଫା ଦେବାପରେ ଗଣଶିକ୍ଷା ଓ ଶ୍ରମ ବିଭାଗ ଖାଲି ପଡିଥିଲା । ଗତକାଲି ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ତେଣୁ ଖାଲି ପଡିଥିବା ବିଭାଗରେ ଆଜି ପ୍ରମିଳା ମଲ୍ଲିକଙ୍କୁ ଏହି ବିଭାଗର ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.