fbpx

ଜୁନ୍ ୪ରେ କେରଳ ଛୁଇଁବ ମୌସୁମୀ! ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର

ନୂଆଦିଲ୍ଲୀ: ସାମାନ୍ୟ ବିଳମ୍ବ ସହିତ ଜୁନ୍ ୪ରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ। ମଙ୍ଗଳବାର ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ସାମାନ୍ୟତଃ ଜୁନ୍ ୧ ରେ କେରଳରେ ପହଞ୍ଚିଥାଏ। ସେହିଭଳି ଗତ ବର୍ଷ ମେ ୨୯ ରେ, ୨୦୨୧ ଜୁନ୍ ୩ରେ ୨୦ ଜୁନ୍ ଏବଂ ୨୦୨୦ ରେ ଜୁନ୍ ୧ ରେ ମୋୖସୁମୀ କେରଳରେ ରାଜ୍ୟରେ ପହଞ୍ଚିଥିଲା।

ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବାର ଅର୍ଥ ହେଉଛି ଭାରତରେ ପ୍ରବେଶ କରିବା। ଯାହାର ଅର୍ଥ ହେଊଛି ଭାରତରୁ ଗରମ ଏବଂ ଗ୍ରୀଷ୍ମ ଋତୁକୁ ବିଦାୟ ନେଇ ବର୍ଷା ଋତୁ ଆସିବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଅଟେ। ଆଇଏମଡି ଗତ ମାସରେ ପୂର୍ବାନୁମାନ କରିଥିଲା ​​ଯେ, ଦକ୍ଷିଣ-ପଶ୍ଚିମ ମୋୖସୁମୀ ସମୟରେ ଭାରତରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ଷାଜଳ କୃଷି ହେଉଛି ଭାରତର କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। କାରଣ ଭାରତର ୫୨ ପ୍ରତିଶତ ଚାଷ ​​କାର୍ଯ୍ୟ ମୌସୁମୀ ଉପରେ ନିର୍ଭର କରି ହୋଇଥାଏ। ଏହା ଦେଶର ମୋଟ ଖାଦ୍ୟ ଉତ୍ପାଦନର ପ୍ରାୟ ୪୦ ପ୍ରତିଶତ ଅଟେ, ଯାହା ଭାରତର ଖାଦ୍ୟ ନିରାପତ୍ତା ଏବଂ ଅର୍ଥନୈତିକ ସ୍ଥିରତା ପାଇଁ ଏକ ପ୍ରମୁଖ ଯୋଗଦାନ ଦେଇଥାଏ।

Get real time updates directly on you device, subscribe now.