Train Rule : ଯଦି ଚଳନ୍ତା ଟ୍ରେନରୁ ମୋବାଇଲ୍ ଖସିଯାଏ ତେବେ କଣ କରିବେ ? ଏହାକୁ ଧ୍ୟାନରେ ରଖନ୍ତୁ…

ନୂଆଦିଲ୍ଲୀ : ଟ୍ରେନ୍ ଯାତ୍ରା ବହୁତ ଲମ୍ବା ହୋଇଥାଏ । ଟ୍ରେନରେ ଯାତ୍ରା କରିବା ସମୟରେ ଲୋକମାନେ ଟାଇମ ପାସ୍ ପାଇଁ ମୋବାଇଲ୍ ବ୍ୟବହାର କରନ୍ତି । ଲୋକମାନେ ମୋବାଇଲରେ ମନୋରଞ୍ଜନ କରି ଟ୍ରେନ୍ ର ଦୂର ଯାତ୍ରାକୁ ସହଜ କରିଥାନ୍ତି । କିନ୍ତୁ ବେଳେବେଳେ ମୋବାଇଲ ବ୍ୟବହାର କରିବା ସମୟରେ ଅସାବଧାନତାବଶତଃ ମୋବାଇଲ୍ ହାତରୁ ଖସିଯାଏ । ସେତେବେଳେ କ’ଣ କରିବେ ମୁଣ୍ଡ କିଛି କାମ କରେନି । ଆଜି ଆମେ ଆପଣଙ୍କୁ ବତାଇବୁ ମୋବାଇଲ୍ ଚଳନ୍ତା ଟ୍ରେନରୁ ଖସିଯାଏ ତେବେ ଆପଣ କ’ଣ କରିବା ଉଚିତ୍ ? ଆସନ୍ତୁ ଜାଣିବା …

ଯଦି ଟ୍ରେନରୁ ମୋବାଇଲ୍ ଖସିଯାଏ ତେବେ କଣ କରିବେ ?
ଅନେକ ଥର ଏହା ଦେଖାଯାଇଛି ଯେ ପବନ ବହିବା କିମ୍ବା ଅନ୍ୟ କୌଣସି କାରଣରୁ ମୋବାଇଲ୍ ଚଳନ୍ତା ଟ୍ରେନରୁ ଖସି ପଡେ। ଏପରି ପରିସ୍ଥିତିରେ ଲୋକମାନେ ହଠାତ୍ କ’ଣ କରିବାକୁ ବୁଝିପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ଲୋକମାନେ ବୁଦ୍ଧିମାନ ଭାବରେ କାର‌୍ୟ୍ୟ କରିବା ଉଚିତ ଏବଂ ଆତଙ୍କିତ ଅବସ୍ଥାରେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ କାରଣ ଟ୍ରେନର ଗତି ମଧ୍ୟ ବହୁତ ଦ୍ରୁତ ଥାଏ ।

ତୁରନ୍ତ କରନ୍ତୁ ଏହି କାମ
ଯଦି ଟ୍ରେନରୁ ମୋବାଇଲ୍ ଖସିଯାଏ, ଅଧିକାଂଶ ଲୋକ ଟ୍ରେନର ଚେନ୍ ଟାଣିବାକୁ ଚିନ୍ତା କରିବେ, କିନ୍ତୁ ତାହା କରନ୍ତୁ ନାହିଁ । ଟ୍ରେନର ଚେନ୍ ଟାଣିବା ପାଇଁ କିଛି ନିୟମ ମଧ୍ୟ ଅଛି, ଯାହାକୁ ଧ୍ୟାନରେ ରଖିବାକୁ ହେବ, ନଚେତ୍ ଦଣ୍ଡ କିମ୍ବା ଜରିମାନା ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ, ଯଦି ମୋବାଇଲ୍ ଟ୍ରେନ୍ ରୁ ଖସି ଯାଇଛି, ତେବେ ତୁରନ୍ତ ଧ୍ୟାନ ଦିଅନ୍ତୁ ଯେ କେଉଁ ସ୍ଥାନରେ ଆପଣଙ୍କ ମୋବାଇଲ୍ ଖସିଯାଇଛି । ଯଦି ସେଠାରେ ଏକ ବୈଦ୍ୟୁତିକ ପୋଲ୍‌ ଅଛି, ତେବେ ଏହାର ସଂଖ୍ୟାକୁ ମନେ ରଖନ୍ତୁ ।

ତୁରନ୍ତ ଅନ୍ୟ ଏକ ମୋବାଇଲ୍ ଫୋନ୍ ସାହାଯ୍ୟରେ ମୋବାଇଲର ନିଖୋଜ ବିଷୟରେ ଆରପିଏଫକୁ ଜଣାନ୍ତୁ । କେଉଁ ଷ୍ଟେସନ ମଧ୍ୟରେ ଏବଂ କେଉଁ ଇଲେକ୍ଟ୍ରିକ୍ ପୋଲ୍ ନିକଟରେ ମୋବାଇଲ ଫୋନ୍ ହଜିଛି । ଏହି ଆରପିଏଫ୍ ଆପଣଙ୍କ ମୋବାଇଲ୍ ଖୋଜିବା ପାଇଁ ସେଠାକୁ ଯିବ ଏବଂ ମୋବାଇଲ୍ ପାଇବା ପରେ ଏହାକୁ ଷ୍ଟେସନରେ ଜମା କରିବ । ଯେଉଁଠାରୁ ଆପଣ ଆପଣଙ୍କର ମୋବାଇଲ୍ ପେରସ୍ତ ପାଇପାରିବେ ।