fbpx

Indian Navyରେ ବମ୍ପର ନିଯୁକ୍ତି: ଜାଣନ୍ତୁ କିଏ ଏବଂ କିପରି କରିପାରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ଜଳସେନାରେ ଚାର୍ଜମ୍ୟାନ୍-୨ର ୩୭୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୧୫ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ମେ’ ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି । ତେବେ ଇଚ୍ଛୁକ ପ୍ରାର୍ଥି ଭାରତୀୟ ଜଳସେନାର ଅଫିସିଆଲ ୱେବସାଇଟ joinindiannavy.gov.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଏହି ଭର୍ତ୍ତି ପ୍ରକ୍ରିୟାରେ ଚାର୍ଜମ୍ୟାନ-୨ର ୩୭୨ ଖାଲି ପଦବୀ ପୂରଣ ପାଇଁ ଆୟୋଜନ କରାଯାଇଛି । ତେବେ ଏଥିପାଇଁ ଇଚ୍ଚୁକ ପ୍ରାର୍ଥିଙ୍କୁ ମେ’୧୫ ତାରିଖରୁ ୨୯ ତାରିଖ ମଧ୍ୟରେ ଆବେଦନ ପତ୍ର ପୂରଣ କରିବାକୁ ପଡିବ । ଏହି ପଦବୀ ପାଇଁ ପ୍ରାର୍ଥିଙ୍କ ବୟସ ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହାସହିତ ପ୍ରାର୍ଥି ଏକ ମାନ୍ୟତାପ୍ରାପ୍ତ କଲେଜରୁ ଭୌତିକ ବିଜ୍ଞାନ କିମ୍ବା ରସାୟନ ବିଜ୍ଞାନ ଅଥବା ଗଣିତ ସହିତ ବିଜ୍ଞାନରେ ସ୍ନାତକ ହାସଲ କରିଥିବା ଆବଶ୍ୟକ । ଏହାବ୍ୟତୀତ ପ୍ରାର୍ଥିଙ୍କ ନିକଟରେ ଏକ ମାନ୍ୟତା ପ୍ରାପ୍ତ କଲେଜରୁ ଉପଯୁକ୍ତ ଡିସିପ୍ଲିନରେ ସ୍ନାତକ ରହିଥିବା ଦରକାର । ଆବେଦନ ପାଇଁ ପ୍ରାର୍ଥିଙ୍କୁ ୨୭୮ ଟଙ୍କା ଦେୟ ପୈଠ କରିବାକୁ ହେବ । ତେବେ ସମସ୍ତ ମହିଳା, ଅନୁସୂଚିତ ଜାତି-ଜନଜାତି, PwBD ଏବଂ ESM ଆଶାୟୀଙ୍କୁ ଏହି ଦେୟମୁକ୍ତ କରାଯାଇଛି ।

କିପରି କରିବେ ଆବେଦନ?

  • ଆନୁଷ୍ଠାନିକ ୱେବସାଇଟ joinindiannavy.gov.inକୁ ଓପନ କରନ୍ତୁ
  • ହୋମ୍ ପେଜରେ Join Navy ଏବଂ Ways to Joinରେ କ୍ଲିକ କରନ୍ତୁ
  • ଏହାପରେ ସିଭିଲିୟନ ଏବଂ ଚାର୍ଜମ୍ୟାନ-୨ରେ କ୍ଲିକ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଜରୁରୀ ତଥ୍ୟ ଅପଲୋଡ କରନ୍ତୁ
  • ଆବେଦନ ଦେୟ ପୈଠ କରନ୍ତୁ
  • ଏହାର ଏକ ପ୍ରିଣ୍ଟ ଆଉଟ ବାହାର କରି ନିଜ ପାଖରେ ରଖିଥାନ୍ତୁ ।

Get real time updates directly on you device, subscribe now.