fbpx

ୟୁରୋପର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଘନଘନ ମିଶାଇଲ୍ ମାଡ଼, ବିଶ୍ୱବ୍ୟାପି ରେଡିଏଶନ୍ ବ୍ୟାପିବା ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ ୟୁକ୍ରେନ୍‌ରେ ଥିବା ବିଶ୍ୱର ସର୍ବବୃହତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷ ଘନଘନ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଛି। ଏଭଳି ସ୍ଥିତିରେ ଏହାର ପରମାଣୁ ନିୟନ୍ତ୍ରଣ କେନ୍ଦ୍ର ଛାରଖାର ହୋଇଯାଇଛି । ଏବଂ ଏଠାକୁ ବାହାରୁ ଆସୁଥିବା ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରିଦିଆଯାଇଛି । ଋଷ ଅଧିକାରୀ ଭ୍ଲାଦିମିର ରୋଗୋବ ଏହି ସୂଚନା ଦେଇଛନ୍ତି ।

ତେବେ ଦ ମସ୍କୋ ଟାଇମ୍ସର ଏକ ରିପୋର୍ଟ ଟେଲିଗ୍ରାମ୍‌ରେ ଅନୁଯାୟୀ ଋଷ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ହାଇଟେନସନ୍ ଲାଇନ୍ କଟିଯାଇଥିବାରୁ ପ୍ଲାଣ୍ଟକୁ ବାହାରୁ ଆସୁଥିବା ବିଦ୍ୟୁତ୍ ସପ୍ଲାଇ ବନ୍ଦ ହୋଇଛି। ତେବେ ବିଦ୍ୟୁତ୍ ସପ୍ଲାଇ ବନ୍ଦ ହେବା କାରଣ ଏବେ ଯାଞ୍ଚ କରାଯାଉଛ। ଏବଂ ପରମାଣୁ କେନ୍ଦ୍ରରେ ଡିଜେଲ ଜେନେରେଟର ସାହାଯ୍ୟରେ ବିଦ୍ୟୁତ୍ ବ୍ୟାକ୍‌ଅପ ବ୍ୟବସ୍ଥା କରାଯାଉଛି ।

ଏହାପୁର୍ବରୁ ୟୁକ୍ରେନ୍‌ର ପରମାଣୁ ଏଜେନ୍ସୀ ସୋମବାର ସକାଳେ energoatom ଋଷ ଉପରେ ଆକ୍ରମଣ ପାୱାର୍ ପ୍ଲାଣ୍ଟ କେନ୍ଦ୍ରରେ ଆକ୍ରମଣ ଅଭିଯୋଗ ଲଗାଇଥିଲା । ଏଜେନ୍ସୀ ଏହା ମଧ୍ୟ କହିଛି ଯେ, କହିଥିଲା ଯେ, ୨୦୨୨ ମାର୍ଚ୍ଚ ମାସରେ ମସ୍କୋ ସୈନିକଙ୍କ ନିୟନ୍ତ୍ରଣେ ଆସିବା ପରେ ସପ୍ତମ ଥର ପାଇଁ ପାବାର ବ୍ଲାକ୍ ଆଉଟ୍ ହୋଇଛି । ତେବେ ଜେନେରେଟର ପାଇଁ ୧୦ ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଇନ୍ଧନ ରହିଛି ।

ଏହା ସହିତ ଏଜେନ୍ସୀ ଚେତାବନୀ ଦେଇଛି ଯେ, ଯଦି ୧୦ ଦିନ ମଧ୍ୟରେ ଏଠାରୁ ବାହାରୁ ଆସୁଥିବା ବିଦ୍ୟୁତ୍ ସପ୍ଲାଇ ପୁନଃସ୍ଥାପନ ନକରାଯାଏ, ତେବେ ଏଠାରୁ ନିର୍ଗତ ଭୟାନକ ରେଡିଏସନ୍ ପୁରା ବିଶ୍ୱକୁ ବ୍ୟାପିପାରେ । ଏବଂ ଏହାର ପରିଣାମ ଗମ୍ଭିର ହୋଇପାରେ । ସ୍ଥାନ୍ୟୀ ଗଭର୍ଣ୍ଣରଙ୍କ କହିବା ମୁତାବକ ଋଷ ରାତି ତମାମ ମିସାଇ ଏବଂ ଡ୍ରୋନ୍ ଆକ୍ରମଣ ଜାରି ରଖିଥିଲା, ଯେଉଁଥିରେ ପ୍ରାୟ ୮ ଜଣ ନାଗରୀକଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.