fbpx

M.S Dhoniଙ୍କୁ ନେଇ CSKର ନୂଆ ଅପଡେଟ: ଆସନ୍ତାବର୍ଷ ଖେଳିବେ କ୍ୟାପଟେନ କୁଲ! ଖୁବଶୀଘ୍ର ଘୋଷଣା…

ଚେନ୍ନାଇ: ଆଜି ଗୁଜୁରାଟ ବିପକ୍ଷରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଖେଳୁଛି ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ସିଜନ ଦଳର ଅଧିନାୟକ ଏମ.ଏସ ଧୋନୀଙ୍କର କ୍ୟାରିୟରର ଶେଷ ସିଜନ ବୋଲି ଦୀର୍ଘ ଦିନରୁ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଚେନ୍ନାଇ ସୁପର କିଙ୍ଗସ କିମ୍ବା ମାହିଙ୍କ ତରଫରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । କିନ୍ତୁ ଆଜିର ମ୍ୟାଚ ସିଏସକେ ଚେନ୍ନାଇରେ ଖେଳୁଥିବା ବେଳେ ଧୋନୀ ଫ୍ୟାନ୍ସଙ୍କ ଭୟ ଆହୁରି ବଢିଯାଇଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସନ୍ତାବର୍ଷ ଆଇପିଏଲରେ ଧୋନୀ ଖେଳିବେ କି ନାହିଁ?

ଆସନ୍ତାବର୍ଷ ଆଇପିଏଲରେ କ୍ୟାପଟେନ କୁଲ ଖେଳିବେ କି ନାହିଁ ସେ ନେଇ ଚର୍ଚ୍ଚା ଏବେ ବି ଲାଗି ରହିଛି । ତେବେ କମେଣ୍ଟ୍ରି ଟିମ୍ ଅନେକ ଥର ଧୋନୀଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ବାରମ୍ବାର ଏଡାଇ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଏଭଳି ଏକ ବଡ ପ୍ରଶ୍ନର ଉତ୍ତର ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥନ । ସେ କହିଛନ୍ତି ଯେ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କି ଆସନ୍ତାବର୍ଷ ମଧ୍ୟ ଖେଳ ଜାରି ରଖିବେ କ୍ୟାପଟେନ କୁଲ ଧୋନୀ । ତେବେ କେବଳ ମୁଁ ନୁହେଁ, ସାରା ଦୁନିଆ ମଧ୍ୟ ଧୋନୀଙ୍କୁ ଚାହୁଁଛନ୍ତି । ଏହାବ୍ୟତୀତ ଆସନ୍ତାବର୍ଷ ଆଇପିଏଲ ସିଜନରେ ଖେଳିବା ନେଇ ଅନେକ ମ୍ୟାଚରେ ଧୋନୀ ମଧ୍ୟ ଇସାରା ଦେଇଛନ୍ତି । ଯାହା ପୁଣିଥରେ ପ୍ରଶଂସକମାନଙ୍କ ଆଶା ବଢାଇ ଦେଇଛି ।

ଏମ.ଏସ ଧୋନୀ ଚଳିତବର୍ଷ ମଧ୍ୟ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱରେ ରହିଛନ୍ତି । ଗତବର୍ଷ ଜାଡେଜାଙ୍କୁ ନେତୃତ୍ୱ ପଦ ଦେଇଥିଲେ ମାହି । କିନ୍ତୁ ସିଜନ ଅଧାରୁ ଜାଡେଜା ପୁଣିଥରେ ମାହିଙ୍କୁ ଏହି ପଦ ଫେରାଇ ଦେଇଥିଲେ । ଏହାପରେ ଚଳିତବର୍ଷ ଧୋନୀଙ୍କ ନେତୃତ୍ୱରେ ପୁଣିଥରେ ଚେନ୍ନାଇ ଦମଦାର ପ୍ରଦର୍ଶନ କରି ପ୍ଲେ-ଅଫରେ ପହଞ୍ଚି ସାରିଛି । ୧୪ଟି ମ୍ୟାଚରୁ ୫୧ ହାରରେ ୧୦୩ ରନ ସଂଗ୍ରହ କରିଛନ୍ତି କ୍ୟାପଟେନ କୁଲ ମାହି । ଦଳ ପାଇଁ ପୁଣି ଜଣେ ସର୍ବଶ୍ରେଷ୍ଠ ଫିନିସର ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଏହି ସିଜନରେ ସେ ମୋଟ ୧୦ଟି ଛକା ଲଗାଇଛନ୍ତି ।

Get real time updates directly on you device, subscribe now.