fbpx

‘ବିମୁଦ୍ରୀକରଣ’ ଉପରେ କଂଗ୍ରେସର ଗଣିତ: ୨୦୦୦ ନୋଟ୍ ବଦଳାଇବାରେ ବ୍ୟାଙ୍କଗୁଡିକ ୧୪୪ କୋଟି ମିନିଟ୍ ନଷ୍ଟ କରିବେ!

ନୂଆଦିଲ୍ଲୀ: ଦେଶରେ ୨୦୦୦ ନୋଟ୍ କାରବାର ବନ୍ଦ ଘୋଷଣା ହେବା ପରେ ଏବେ ସାଧାରଣ ଲୋକେ ସାମାନ୍ୟ ଚିନ୍ତାରେ ପଡ଼ିଛନ୍ତି । ତେବେ ଦେଶର ସମସ୍ତ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ଟୋନ୍ ଗୁଡ଼ିକ ବଦଳାଇବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ପ୍ରାୟ ସମସ୍ତ ବ୍ୟାଙ୍କ ନୋଟ୍ ବଦଳାଇବା ସୁବିଧା ବିଷୟରେ ଗ୍ରାହକମାନଙ୍କୁ ସୂଚନା ଦେଇଛନ୍ତି, ତେବେ ପ୍ରଥମ ଦିନରେ ଅନେକ ବ୍ୟାଙ୍କରେ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ ଦେଖିବାକୁ ମିଳିଛି । ତେବେ ଏହି ନୋଟ୍ ବଦଳ ପ୍ରକ୍ରିୟା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।

ତେବେ ଲୋକମାନେ ଏହି ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କରେ ଭିଡ଼ ଜାମଉଥିବାରୁ ବ୍ୟାଙ୍କ ଉପରେ ଅତିରିକ୍ତ ଚାପ ବଢିଛି । ଏହାକୁ ନେଇ କଂଗ୍ରେସ ନୁଆ ମୁଦ୍ଧା କରିବା ସହିତ ପୂରା ଗଣିତ କସିଛି । କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ କେତେ ସମୟ ଲାଗି ଏହାର ଆକଳନ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ଯେ, ବ୍ୟାଙ୍କ ଏବେ ଚାରି ମାସ ଏହାର ଅନ୍ୟ କାମ ଛାଡ଼ି ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା କାମ କରିବ । କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମେ ୧୯ ରେ ଏହି ନୋଟଗୁଡ଼ିକୁ ପ୍ରଚାରରୁ ବଜାରରୁ ଫେରାଇ ନେବାକୁ ଘୋଷଣା କରିବା ପରେ ବର୍ତ୍ତମାନ ଏହାକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ବ୍ୟାଙ୍କର କୋଟି ଘଣ୍ଟା ନେବାକୁ ଯାଉଛି ।

ତଥ୍ୟ ଉପସ୍ଥାପନ କରି ଗୌରବ ବଲ୍ଲଭ କହିଛନ୍ତି ଯେ ଦେଶରେ ବଜାରରେ ପ୍ରାୟ ୧୮୧ କୋଟି ୨,୦୦୦ ଟଙ୍କିଆ ନୋଟ ଅଛି, ସେମାନଙ୍କୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦି ଜଣେ ବ୍ୟକ୍ତି ଥରେ ୧୦ ବଦଳରେ କେବଳ ୫ ଟି ନୋଟ୍ ବଦଳାନ୍ତି, ତେବେ ବ୍ୟାଙ୍କଗୁଡ଼ିକୁ ଆସନ୍ତା ଚାରି ମାସରେ ୩୬ କୋଟିରୁ ଅଧିକ କାରବାର କରିବାକୁ ପଡିବ । ଏହାର ହିସାବ ଦେଇ ଗୌରବ ବଲ୍ଲଭ କହିଛନ୍ତି ଯେ ଧରାଯାଉ ବ୍ୟାଙ୍କ ଗୋଟିଏ କାରବାରରେ ଚାରି ମିନିଟ୍ ନେଇଥାଏ, ତେବେ ଏହି ୩୬ କୋଟି କାରବାରରେ ୧୪୪ କୋଟି ମିନିଟ୍ ଖର୍ଚ୍ଚ ହେବାକୁ ଯାଉଛି । ଅର୍ଥାତ୍ ଚାରି ମାସ ମଧ୍ୟରେ ବ୍ୟାଙ୍କଗୁଡିକ ଦ୍ୱାରା ମାତ୍ର ୨,୦୦୦ ଟଙ୍କା ନୋଟ୍ ବିନିମୟ ପାଇଁ ପ୍ରାୟ ୨.୫ କୋଟି ଘଣ୍ଟା ଖର୍ଚ୍ଚ ହେବ । ଏହି ତଥ୍ୟ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି ।

Get real time updates directly on you device, subscribe now.