fbpx

କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ ମିଳିବ ଏପରି ଫାଇଦା

ଶରୀର ପାଇଁ ଅନେକ ଜିନିଷ ଲାଭଦାୟକ ହୋଇଥାଏ । ସେଥିରୁ ତୁଳସୀ ପତ୍ର ଅନ୍ୟତମ । ଏଥିରେ ଇମ୍ୟୁନିଟ୍-ମଡ୍ୟୁଲେଟାରୀ ଉପାଦାନ ରହିଛି, ଯାହାକି ଶରୀରର ଇମ୍ୟୁନିଟ ସିଷ୍ଟମକୁ ମଜଭୁତ କରିବାରେ ସାହାର୍ଯ୍ୟ କରିଥାଏ । ବଢାଇବା ପାଇଁ ଏହାକୁ ବ୍ୟବହାର କରାଯାଏ । ଏହା ସହ ଜ୍ୱର, ଥଣ୍ଡା ଓ କାଶର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ତୁଳସୀ ଫାଇବା ଦ୍ୱାରା ଆମକୁ କଣ ସବୁ ଫାଇଦା ମିଳିଥାଏ..

ତୁଳସୀ ଚା-ଗୋଟିଏ କପ୍ ଗରମ ପାଣିରେ କିଛି ତୁଳସୀ ପତ୍ର ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଜ୍ୱର, ମ୍ୟାଲେରିଆ ଓ ଡେଙ୍ଗୁ ଆଦିରୁ ମୁକ୍ତି ପାଇବା ପାଇଁ ଏହାକୁ ଦିନକୁ ୨ ଥର ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କର ଲାଭ ହେବ ।

ତୁଳସୀ କ୍ଷୀର-ଯଦି ଆପଣଙ୍କୁ ଅଧିକ ତ୍ୱର ହୋଇଛି, ତେବେ ତୁଳସୀ ପତ୍ରକୁ କ୍ଷୀରରେ ମିଶାଇ ପିଅନ୍ତୁ । ଏନେଇ ଅଧ ଲିଟର ପାଣିରେ ତୁଳସୀ ପତ୍ର ଓ ଅଳେଇଚ ପାଉଡର ମିଶାଇ ଫୁଟାନ୍ତୁ । ଏବେ ଏଥିରେ କ୍ଷୀର ଓ ଚିନି ମିଶାଇ ପିଅନ୍ତୁ । ଏପରି କରିବା ଦ୍ୱାରା ଜ୍ୱର କମିଥାଏ ।

ତୁଳସୀ ଜୁସ୍-ଶରୀରର ତାପମାତ୍ରା କମ୍ କରିବା ପାଇଁ ଆପଣ ତୁଳସୀ ଜୁସ୍ ପିଇବା ଆରମ୍ଭ କରନ୍ତୁ । ଛୋଟ ପିଲାଙ୍କ ପାଇଁ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ ।

Get real time updates directly on you device, subscribe now.