fbpx
BSKY SKY
BSKY SKY

ଖରାଦିନେ ବ୍ଲଡ଼ ପ୍ରେସରକୁ କମାଇବାକୁ ଚାହୁଁଛନ୍ତି କି ? ତେବେ ଖାଆନ୍ତୁ ଏହି ଖାଦ୍ୟ

BSKY

ଆଜିକାଲି ଅଧିକାଂଶ ଲୋକ ରକ୍ତଚାପ ବା ବ୍ଲଡ଼ ପ୍ରେସର ରୋଗରେ ପୀଡ଼ିତ। ଉଚ୍ଚ ରକ୍ତଚାପ ଶରୀରର ରକ୍ତପ୍ରବାହ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷକରି ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏହି ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

– ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଜାମୁକୋଳି ବହୁ ଉପକାରୀ। ଏଥିରେ ଫ୍ଲାଭୋନଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ହୃଦ୍‌ଜନିତ ସମସ୍ୟା ଦୂର କରିଥାଏ।

– ଖରାଦିନେ ପ୍ରାୟ ସମସ୍ତେ ତରଭୁଜ ଖାଇବାକୁ ଭଲ ପାଇଥାନ୍ତି। ଏହା ରକ୍ତଚାପ ନିୟନ୍ତ୍ରଣ ସହ ଧମନୀ ଓ ହୃତପିଣ୍ଡ ଉପରେ ପଡୁଥିବା ଚାପକୁ କମ୍‌ କରିଥାଏ।

– ଗରମ କ୍ଷୀରରେ ଅଧିକ ପରିମାଣରେ କ୍ୟାଲସିୟମ ଏବଂ ଭିଟାମିନ-‘ଡି’ ରହିଛି। ଏହା ଉଚ୍ଚ ରକ୍ତଚାପକୁ କମାଇଥାଏ। ନ୍ୟାସନାଲ ହେଲ୍‌ଥ ସର୍ଭେରୁ ଜାଣିବାକୁ ମିିଳିଛି ଯେ, ପ୍ରତିଦିନ ଗୋଟେ ଗ୍ଲାସ ଗରମ କ୍ଷୀର ପିଇବା ଦ୍ୱାରା ରକ୍ତଚାପ କମିଯାଏ।

– ଖରାଦିନେ ଥଣ୍ଡା ଦହି ପିଅନ୍ତୁ। ଏହା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

Get real time updates directly on you device, subscribe now.