fbpx
BSKY
BJD MC SKY
BJD YOUTH SKY

ପୁରୁଷମାନଙ୍କ ପାଇଁ ବଡ ଖବର: ୩୫ ବର୍ଷ ପରେ ଅବଶ୍ୟ କରାନ୍ତୁ ଏହି ୪ ଚେକଅପ୍‌

ବୟସ ବଢ଼ିବା ସହିତ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ଏ ନେଇ ନାନାଦି ରୋଗ ମଧ୍ୟ ହୋଇଥାଏ। ତେବେ ପୁରୁଷମାନଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିଲେ ସେମାନଙ୍କୁ କିଛି ଚେକ୍‌ଅପ୍‌ କରାଇବା ନିହାତି ଜରୁରୀ। ତେବେ ଜାଣନ୍ତୁ ସେ ସମ୍ପର୍କରେ।

କୋଲେଷ୍ଟରଲ ପରୀକ୍ଷା: କୋଲେଷ୍ଟରଲ ବଢ଼ିବା ଫଳରେ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ। କାରଣ ଏହାଦ୍ୱାରା ଧମନୀରେ ଏହାର ପ୍ରଭାବ ପଡ଼ିଥାଏ। ଏଥିପାଇଁ ୩୫ ବର୍ଷ ପରେ ବର୍ଷକୁ ଥରେ ଏହିସବୁ ଚେକ୍‌ଅପ୍‌ କରିବା ଜରୁରୀ ହୋଇଥାଏ।

ବିଏମ୍‌ଆଇ ଚେକ୍‌: ବିଏମ୍‌ଆଇ (ବଡି ମାସ୍‌ ଇଣ୍ଡେକ୍ସ) ଏକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା। ଏଥିରେ ବ୍ୟକ୍ତିର ଉଚ୍ଚତା, ଓଜନ ମପା ଯାଇଥାଏ। କାରଣ ଏଥିରୁ ଜଣାପଡ଼ିଥାଏ ବ୍ୟକ୍ତି କେତେ ସୁସ୍ଥ ଅଛନ୍ତି। ଜଣେ ସୁସ୍ଥ ବ୍ୟକ୍ତଙ୍କ ମଧ୍ୟରେ ୧୮.୫ରୁ ୨୪.୯ ବିଏମ୍‌ଆଇ ରହିବା ଉଚିତ।

ଦାନ୍ତ ଟେଷ୍ଟ: ଦନ୍ତଜନିତ ରୋଗର ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ଏ ନେଇ ଉପୁଜୁଥିବା ରୋଗର କାରଣରୁ ହାର୍ଟ ଆଟାକ୍‌ ହେବା ଆଶଙ୍କା ଦେଖାଯାଇଥାଏ। ତେଣୁ ଦାନ୍ତର ଚେକ୍‌ଅପ୍‌ କରାଇବା ଉଚିତ।

ମଧୁମେହ: ଖାଦ୍ୟରେ ସୁଗାର ମାତ୍ରା ବଢ଼ିଯିବା ଫଳରେ ମଧୁମେହ ରୋଗ ହୋଇଥାଏ। ପ୍ରଥମରୁ ଏହାର ଲକ୍ଷଣ ଜଣାପଡ଼ି ନ ଥାଏ। ତେଣୁ ୩୫ ବର୍ଷ ପରେ ବ୍ଲଡ୍‌ରେ ସୁଗାର ପରିମାଣ ଚେକ୍‌ କରିବାକୁ ପଡ଼ିଥାଏ।

Get real time updates directly on you device, subscribe now.