fbpx
BJD SKY
BJD SKY

ଡାଇବେଟିସକୁ ନିୟନ୍ତ୍ରଣ କରିବ ବେସନ ରୁଟି, ଜାଣନ୍ତୁ ଏହାର ଅନ୍ୟ ଫାଇଦା

BJD

ଆଜିକାଲି ଡାଇବେଟିସ ବା ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ ଖାଦ୍ୟପେୟଜନିତ କଟକଣା କରାଯାଇଥାଏ। ମାତ୍ର ଏପରି କିଛି ଖାଦ୍ୟ ରହିଛି ଯେଉଁଥିରେ ପୋଷକତତ୍ତ୍ୱ ଭରି ରହିଥାଏ। ଏହା ରକ୍ତରେ ଶର୍କରା ମାତ୍ରାକୁ କମ୍‌ କରିଥାଏ। ତେବେ ବେସନ ରୁଟି ଖାଇବା ଦ୍ୱାରା ମଧୁମେହ ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ। ଏହା ସହିତ ଗ୍ଲୁକୋଜ ସ୍ତର ମଧ୍ୟ ସାମାନ୍ୟ ହେବାରେ ସାହାଯ୍ୟ କରିଥାଏ ରୁଟି । ଏହାଛଡା ବେସନ ରୁଟିର ଅନେକ ଫାଇଦା ମଧ୍ୟ ରହିଛି । ଆସନ୍ତୁ ଜାଣିବା ବେସନ ରୁଟିର ଉପକାରିତା ବିଷୟରେ…

-ବେସନର ଗ୍ଲାଇସେମିକ ପରିମାଣ କମ୍‌ ରହିଥାଏ । ଯାହା ରକ୍ତରେ ଶର୍କରା ପରିମାଣ କମ୍‌ କରିବାରେ ସହାୟକ ହୋଇଥାଏ । ଯାହା ଫଳରେ ଡାଇବେଟିସ ପରି ରୋଗରେ ବେସନ ରୁଟି ଖୁବ ଲାଭଦାୟକ ହୋଇଥାଏ ।

-ଯଦି ଆପଣଙ୍କ ମାଂସପେଶୀରେ ସବୁବେଳେ ଯନ୍ତ୍ରଣା ହେଉଥାଏ ତେବେ ଆପଣ ପ୍ରତିଦିନ ବେସନ ରୁଟି ଖାଆନ୍ତୁ । ବେସନରେ ସେଲେନିୟମ, ପୋଟାସିୟମ, ଭିଟାମିନ ଏ ଏବଂ ଭିଟାମିନ ବି ପୋଷକ ତତ୍ତ୍ୱ ରହିଛି । ଯାହା ମାଂସପେଶୀକୁ ମଜବୁତ କରିଥାଏ ।

– ବେସନରେ ଥିବା କ୍ୟାଲସିୟମ, ମ୍ୟାଗନେସିୟମ ଏବଂ ଖଣିଜ ପଦାର୍ଥ ଆପଣଙ୍କ ହାଡକୁ ମଜବୁତ କରେ । ଅଷ୍ଟିୟୋପାରାସିସି ଭଳି ରୋଗ ମଧ୍ୟ ଦୂର କରିଥାଏ ବେସନ ରୁଟି ।

– ଯେଉଁ ଲୋକମାନେ ସର୍ବଦା ଥକ୍କାପଣ ଏବଂ ଦୁର୍ବଳ ଅନୁଭବ କରନ୍ତି, ସେମାନେ ପ୍ରତିଦିନ ବେସନରେ ନିର୍ମିତ ରୁଟି ଖାଇବା ଉଚିତ । ଏଥିରେ ଥିବା ପ୍ରୋଟିନ ଶରୀରକୁ ଶକ୍ତି ଯୋଗାଇଥାଏ ।

– ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ପାଇଁ ବେସନ ରୁଟି ବେଶ ଲାଭଦାୟକ ।

– ବେସନରେ ଆମିନୋ ଏସିଡ, ସେରୋଟୋନିନ ଏବଂ ଟ୍ରିପଟୋଫେନ ଭଳି ତତ୍ତ୍ୱ ରହିଥାଏ । ଯାହା ମସ୍ତିଷ୍କକୁ ଶାନ୍ତ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ନିଦ୍ରାହୀନତା ମଧ୍ୟ ଦୂର ହୋଇଥାଏ ।

– ମହିଳାମାନଙ୍କୁ ୩୦ ବର୍ଷ ପରେ କ୍ୟାଲସିୟମର ଅଭାବ ଦେଖାଦିଏ । ବେସନ ରୁଟି ଶରୀରରେ କ୍ୟାଲସିୟମର ଅଭାବକୁ ପୂରଣ କରିଥାଏ ।

– ଯେଉଁ ମହିଳାମାନଙ୍କର ମାସିକ ଋତୁକୁ ନେଇ ସମସ୍ୟା ରହିଛି, ସେମାନେ ପ୍ରତିଦିନ ବେସନ ରୁଟି ଖାଇବା ଉଚିତ । ଏହା ଶରୀରରେ ଲୌହ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ ।

– ବେସନରେ ଫାଇଟୋକେମିଲ ରହିଥାଏ ଯାହା କ୍ୟାନସର କୋଷିକାଗୁଡିକୁ ବିକାଶ କରିବାକୁ ଦିଏ ନାହିଁ ।

– ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ପାଇଁ ମଧ୍ୟ ବେସନ ରୁଟି ବେଶ ଲାଭକାରୀ ।

Get real time updates directly on you device, subscribe now.