fbpx

ମୌସୁମୀରେ ଅଧିକ ଗରମ କଫି କିମ୍ବା ଚା’ ପିଉଥିଲେ ସାବଧାନ ! କ୍ୟାନ୍ସର ପରି ମାରାତ୍ମକ ରୋଗ ହୋଇପାରେ ବୋଲି ଗବେଷଣାରୁ ପ୍ରକାଶ

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି, ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନ୍ସର ଆଶଙ୍କା ଦେଖାଦେଇଥାଏ। ଗବେଷଣା ମୁତାବକ, ଯେଉଁ ଲୋକମାନେ ଦୈନନ୍ଦିନ ୭୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ଚା’ ପିଇଥାନ୍ତି, ସେମାନଙ୍କ ମଧ୍ୟରେ ଏହି କ୍ୟାନ୍ସର ଆଶଙ୍କା ଦ୍ୱିଗୁଣା ବୃଦ୍ଧି ପାଇଥାଏ।

ଅନେକଙ୍କ ଅଭ୍ୟାସ ଥାଏ, କପ୍‌ରେ ଚା’ ଢଳାଯିବା ମାତ୍ରକେ ପିଇବା ଆରମ୍ଭ ହୋଇଯାଏ। ଯଦି ଏ ଅଭ୍ୟାସ ଆପଣଙ୍କର ବି ରହିଛି, ତେବେ ଏବେଠାରୁ ସାବଧାନ ହୋଇଯାନ୍ତୁ। କାରଣ ଚା’ କପ୍‌ରେ ଢଳାଯିବାର ୪ ମିନିଟ୍‌ ପରେ ପିଇବା ଦ୍ୱାରା ଏହି କ୍ୟାନ୍ସର ଆଶଙ୍କା ସୃଷ୍ଟି ହୋଇ ନ ଥାଏ।

ଆମେରିକାନ୍‌ କ୍ୟାନ୍ସର ସୋସାଇଟିର ଲିଡ୍‌ ଆର୍ଥର୍‌ ଫରହଦ୍‌ ଇସ୍‌ଲାମୀଙ୍କ ମୁତାବକ, ଚା’, କଫି କମ୍ବା ଅନ୍ୟ କୌଣସି ଗରମ ପାନୀୟ ପଦାର୍ଥ ସ୍ବାସ୍ଥ୍ୟର ଶତ୍ରୁ ପାଲଟିଥାଏ। ଗବେଷଣାରେ ପ୍ରାୟ ୫୦ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ବୟସ ପ୍ରାୟ ୪୦ରୁ ୭୫ ବର୍ଷ ମଧ୍ୟରେ ଥିଲା।

ନିଷ୍କର୍ଷରୁ ଜଣାପଡ଼ିଲା, ପ୍ରତିଦିନ ୭୦୦ ଏମ୍‌ଏଲ୍‌ ଗରମ ଚା’(୬୦ ଡିଗ୍ରୀ ସେଲ୍‌ସିୟସ୍‌ କିମ୍ବା ତା’ଠୁ ଅଧିକ) ତାପାମାତ୍ରାରେ ପିଇବା ଦ୍ୱାରା ଗଳା କ୍ୟାନ୍ସର ଆଶଙ୍କା ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ଏଥିଯୋଗୁ ଏସିଡିଟି ଓ ପେଟ ଜନିତ ଅନେକ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ। କେବଳ ଚା’ କି କଫି ନୁହେଁ, କୌଣସି ଗରମ ଜିନିଷ ହଠାତ୍‌ ଖାଇବା ଦେହ ପକ୍ଷେ ହାନିକାରକ। କିଛି ସମୟ ରଖି ଥଣ୍ଡା କରି ପିଇଲେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Get real time updates directly on you device, subscribe now.