fbpx

୫ବର୍ଷରେ ଅନେକ ଗୁଣ ବଢି଼ପାରେ ଇଣ୍ଟରନେଟ ବ୍ୟବହାର, ୨୦୨୮ ବେଳକୁ ଆଉ ରହିବେ ନାହିଁ 4G ବ୍ୟବହାରକାରୀ

ନୂଆଦିଲ୍ଲୀ : ଭାରତ ଇଣ୍ଟରନେଟର ଦୁନିଆଁରେ ସବୁଠାରୁ କ୍ଷିପ୍ର ବେଗରେ ଗତି କରୁଛି । ଆମ ଦେଶ 4G ରୁ 5Gକୁ ପରିବର୍ତ୍ତନ ହେଉଛି । ଧିରେ ଧିରେ 5G ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଜିଓ ଆସିବା ପରଠାରୁ ଭାରତରେ ଇଣ୍ଟରନେଟର ବ୍ୟବହାର ବହୁଳ ପରିମାଣରେ ହେଉଛି । ବର୍ତ୍ତମାନ ଗାଁ ଗହଳିରେ ମଧ୍ୟ ଆପଣ ଏହାର ସୁବିଧା ପାଇ ପାରିବେ । ଅନ୍ୟପକ୍ଷରେ ଇଣ୍ଟରନେଟ ଡାଟାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଜଣାପଡିଛି ଯେ, ଆସନ୍ତା ୫ବର୍ଷରେ ଭାରତରେ ଇଣ୍ଟରନେଟର ବ୍ୟବହାର ଅନେକ ଗୁଣ ବଢ଼ିଯିବ ।

ରିପୋର୍ଟ ଅନୁସାରେ, ୨୦୨୮ ପର୍ଯ୍ୟନ୍ତ ଭାରତ ପ୍ରତ୍ୟେକ ମାସରେ ୬୨GB  ଡାଟାର ବ୍ୟବହାର କରିବ । ଇଣ୍ଟରନେଟ ବ୍ୟବହାର କରିବା ମାମଲାରେ ଆମେରିକା, ପଶ୍ଚିମ ୟୁରୋପ, ଦକ୍ଷିଣ କୋରିଆ ଏବଂ ଚୀନ ଭଳି ବିକଶିତ ଦେଶକୁ ବହୁତ ପଛରେ ପକାଇଦେବ ଭାରତ । ଏହାର ବ୍ୟବହାର ବଢିବାର କାରଣ ହେଉଛି ଶସ୍ତା ଡାଟା,ଶସ୍ତା ସ୍ମାର୍ଟ ଫୋନ, ନେଟୱାର୍କର ପରିମାଣ ଭଲ ରହିବା ଏବଂ 5Gର ବିକାଶ ସହିତ ଏମିତି ଅନେକ କାରଣ ସାମିଲ ରହିବ । ଆରିକ୍ସନ୍ ମୋବିଲିଟି ରିପୋର୍ଟ ଅନୁସାରେ ଭାରତରେ ଆଗତ ୫ ବର୍ଷରେ 5Gର ବ୍ୟବହାରକାରୀଙ୍କ ସଂଖ୍ୟା ଅନେକ ଗୁଣ ବଢିଯିବ । ଦେଶରେ ୨୦୨୨ ପର୍ଯ୍ୟନ୍ତ 5Gର ବ୍ୟବହାରକାରୀ ପ୍ରାୟ ୧୦ ମିଲିୟନ ଥିବା ବେଳେ ୨୦୨୮ ବେଳକୁ ଏହା ବଢି ୭୦୦ ମିଲିୟନ ହୋଇଯିବ ।

ଏରିକ୍ସନ ମେବିଲିଟି ରିପୋର୍ଟ ଅନୁସାରେ ସଂଙ୍କେତ ମିଳିଛି ଯେ ଆସନ୍ତା ସମୟରେ ଭାରତ ଇଣ୍ଟରନେଟର ବଡ଼ ବଜାର ହେବାକୁ ଯାଉଛି । ଏହାର ପ୍ରଭାବ ଏବେ ଠାରୁ ଦେଖିବାକୁ ମିଳୁଛି । 5Gର ଇଣ୍ଟରନେଟ ଆସିବା ପର ଠାରୁ 4Gର ବ୍ୟବହାରକାରୀଙ୍କ ସଂଖ୍ୟା କମିବାରେ ଲାଗିଛି । ଅନୁମାନ କରାଯାଉଛି ଯେ ୨୦୨୮ରେ ଭାରତରେ କେବଳ ୫୦୦ ମିଲିୟନ 4Gର ବ୍ୟବହାରକାରୀ ରହିବେ ।

Get real time updates directly on you device, subscribe now.