fbpx

ମାଲକାନଗିରି ଜିଲ୍ଲାର ୧୫୮ କୋଟି ଟଙ୍କା ବ୍ୟୟରେ ୨୧ଟି ସଡ଼କ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାରେ ଗ୍ରାମୀଣ ବିକାଶ ବିଭାଗ ଦ୍ୱାରା ପ୍ରସ୍ତାବିତ ୨୧ଟି ସଡ଼କ ପ୍ରକଳ୍ପ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୧୭୨ କିଲୋମିଟର ଦୀର୍ଘ ଏହି ସଡ଼କ ପ୍ରକଳ୍ପରେ ୧୫୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା ଏବଂ ପଡ଼ିଆ ବ୍ଲକ୍‍ରେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଚିତ୍ରକୋଣ୍ଡାର ମୁଦୁଲିଗୁଡ଼ାଠାରୁ ଅମାଲିବେଡ଼ା ପର୍ଯ୍ୟନ୍ତ ୩୦ କୋଟି ଟଙ୍କା ବ୍ୟୟରେ ୩୨ କିଲୋମିଟର ଦୀର୍ଘ ସଡ଼କ ନିର୍ମାଣ ହେବ । ସେହିଭଳି ପୋଲ୍ଲୁର୍‍ଠାରୁ କୁର୍ଷନ୍‍ପାଲ୍ଲୀ ପର୍ଯ୍ୟନ୍ତ ୯ କୋଟି ଟଙ୍କା ବ୍ୟୟରେ ୧୧ କିଲୋମିଟରରୁ ଊଦ୍ଧ୍ୱର୍ସ ଡ଼କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯିବାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହି ସଡ଼କ ପ୍ରକଳ୍ପ ନିର୍ମାଣ ହେଲେ ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଉପକୃତ ହେବେ ।

ରାଜ୍ୟରେ ଭିତ୍ତିଭୂମି ବିକାଶ ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ବୋଲି ଚିହ୍ନିତ କରିଛି । ସଚିବ (5T) ଭି କେ ପାଣ୍ଡିଆନଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଏହି ପ୍ରକଳ୍ପଗୁଡିକ ପାଇଁ ପରାମର୍ଶ ଦିଆଯାଇଛି। ଏହି ପ୍ରକଳ୍ପଗୁଡିକର ମହତ୍ତ୍ୱ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସଚିବ (5T) ସୂଚନା ଦେଇଥିଲେ ଏବଂ ପ୍ରକଳ୍ପଗୁଡିକ ପାଇଁ ଆକଳନ ପ୍ରସ୍ତୁତ କରିବାକୁ ତୁରନ୍ତ ଆରଡି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.