fbpx

ଆଉ ଏକ ଟ୍ରେନ ଦୁର୍ଘଟଣା: ଦୁଇଟି ରେଳ ଧକ୍କାରେ ଓଲଟି ପଡିଲା ୧୨ଟି ବଗି

କୋଲକାତା: ବାହାନଗା ରେଳ ଦୁର୍ଘଟଣା ପରେ ବର୍ତ୍ତମାନ ପଶ୍ଚିମବଙ୍ଗର ବାଙ୍କୁରା ନିକଟରେ ଅନ୍ୟ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। ରବିବାର ସକାଳେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଅନେକ ବଗି ଓଲଟି ପଡିଛି। ଏହି ଘଟଣା ଓଣ୍ଡା ଷ୍ଟେସନରେ ଘଟିଛି।

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୪ ଟା ସମୟରେ ବ୍ୟାଙ୍କୁରା ନିକଟରେ ଦୁଇଟି ଟ୍ରେନର ମୁହାଁମୁହିଁ ଧକ୍କା ହେବା ପରେ ଦୁଇଟି ମାଲବାହୀ ଟ୍ରେନର ଅନେକ ବଗି ଖସିପଡିଛି। ଗୋଟିଏ ମାଲବାହୀ ଟ୍ରେନ୍ ପଛ ପଟରୁ ଅନ୍ୟକୁ ଧକ୍କା ଦେବା ଫଳରେ ମାଲବାହୀ ଟ୍ରେନର ୧୨ଟି ବଗି ଓଲଟି ପଡିଛି। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି, ଏଥିରେ ଏକ ମାଲବାହୀ ଟ୍ରେନର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।

ରେଳ ଅଧିକାରୀଙ୍କ ବିବୃତ୍ତି ଅନୁଯାୟୀ, ‘ଉଭୟ ଖାଲି ମାଲବାହୀ ଟ୍ରେନ୍ ଥିଲା। ଦୁର୍ଘଟଣାର କାରଣ ଏବଂ ଦୁଇଟି ଟ୍ରେନ୍ କିପରି ଧକ୍କା ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରେଳ ବିଭାଗର ADRA ବିଭାଗରେ ଟ୍ରେନ୍ ସେବା ଏହି ଦୁର୍ଘଟଣା ଦ୍ୱାରା ପ୍ରଭାବିତ ହୋଇଛି। ପଶ୍ଚିମବଙ୍ଗର ଚାରୋଟି ଜିଲ୍ଲା – ପଶ୍ଚିମ ମିଡନାପୁର, ବାଙ୍କୁରା, ପୁରୁଲିଆ, ବର୍ଡୱାନ୍ ଏବଂ ଝାଡଖଣ୍ଡର ତିନୋଟି ଜିଲ୍ଲା – ଧନବାଦ୍, ବୋକରୋ ଏବଂ ସିଂହବମ୍କୁ ନେଇ ADRA ବିଭାଗରେ ଗଠିତ।

Get real time updates directly on you device, subscribe now.