fbpx

ନୁଡୁଲ୍ସରେ କୁମ୍ଭୀରର ଆଗ ଗୋଡ, ୪୦ ପ୍ରକାର ମସଲା ଦେଇ ସିଝାଯାଇଛି ବାମ୍ଫରେ

ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବତୀଙ୍କୁ ନୁଡୁଲ୍ସ ଖାଇବାକୁ ଦିଆଯାଇଛି । ଆଉ ସେ ନୁଡୁଲ୍ସରେ ଯାହା ଖାଉଛନ୍ତି ତାହା ଦେଖିଲେ ଆପଣ ଚମକି ପଡିବା ସହ ବାନ୍ତି ବି କରିଦେବେ ।

ଏହି ଭିଡିଓଟି ତାଇୱାନର ଓ ଯୁବତୀ ଯେଉଁ ଡିସ୍ ଖାଉଛନ୍ତି ତାହାର ନାମ ଗଡଜିଲା ରାମେନ୍ । ଏହି ଡିସ୍ର ଏକ ବାଉଲ୍ ବା ଗିନାର ମୂଲ୍ୟ ୪ ହଜାର ଟଙ୍କା ଅଟେ । ଡୁଲିୟୁ ସିଟି ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଯୁବତୀ ଜଣକ ଏହି ଖାଦ୍ୟ ଖାଉଛନ୍ତି ଓ ଏହା ବେଶ୍ ସ୍ୱାଦିଷ୍ଟ ବୋଲି କହୁଛନ୍ତି । ଏଥିରେ ନୁଡୁଲ୍ସ, ମସଲା, କୁମ୍ଭୀର ଗୋଡ ମଧ୍ୟ ସାମିଲ କରାଯାଇଥାଏ । ଏହି ଗଡଜିଲା ରାମେନକୁ ୪୦ ପ୍ରକାର ମସଲା ଦିଆଯାଇ ପ୍ରସ୍ତୁତ କରାଯାଏ । ଏଥିରେ କୁମ୍ଭୀରର ଆଗ ଗୋଡକୁ ବାମ୍ଫରେ ସିଝାଇ ମସଲା ଦିଆଯାଇ ପ୍ରସ୍ତୁତ କରାଯାଏ ।

କୁହାଯାଉଛି ଏହି ରେଷ୍ଟୁରାଣ୍ଟର ମାଲିକ ଥାଇଲାଣ୍ଡ ବୁଲି ଯାଇଥିଲେ । ସେଠାରେ ସେ କୁମ୍ଭୀର ସୁପ୍ କିପରି ପ୍ରସ୍ତୁତ କରାଯାଏ ତାହା ଶିଖିଥିଲେ । ଏହାପରେ ସେ ତାଇୱାନ ଫେରି ତାହା ନିଜେ ପରୀକ୍ଷଣ କରିଥିଲେ । ଏହା ପୂର୍ବରୁ ସେ ବେଙ୍ଗର ରେମନ ନୁଡୁଲ୍ସ ପ୍ରସ୍ତୁତ କରିଥିଲେ । ଏହାକୁ ନେଇ ସେତେବେଳେ ଭାରି ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.