fbpx

‘I will not resign’: ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ ଟ୍ୱିଟ

ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ମଣିପୁରରେ ଜାରି ରହିଥିବା ହିସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଚର୍ଚ୍ଚାରେ ରହିଥିଲେ । ଏହା ମଧ୍ୟରେ ବିରେନ ଇମ୍ଫାଲ ସ୍ଥିତ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କୁହାଯାଉଥିଲା । ମାତ୍ର କିଛି ମହିଳା ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବା ସହିତ ଇସ୍ତଫା ନ ଦେବାକୁ ଅନୁରୋଧ କରିଥିଲେ । ଏଥିସହିତ ଜଣେ ମହିଳା ଇସ୍ତଫା ପତ୍ରକୁ ଚିରି ଦେଇଥିଲେ ।

ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ବିରେନଙ୍କ ଟ୍ୱିଟ ସାମ୍ନାକୁ ଆସିଛି । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଟ୍ୱିଟ କରି ସୂଚନା ଦେଇଥିବା ଜଣାପଡ଼ିଛି । ମଣିପୁରରେ ମେଇତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସା କାରଣରୁ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ଚଳିତ ମାସରେ ରାଜ୍ୟ ବିଧାନସଭାର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ବିରେନଙ୍କ ନେତୃତ୍ୱାଧୀନ ସରକାର ସମ୍ପୂର୍ଣ୍ଣ ଭାବେ ଆସ୍ଥା ହରାଇଥିବା କୁହାଯାଇଥିଲା ।

ମଣିପୁର ହିଂସାକାଣ୍ଡକୁ ନେଇ ଗତ ମାସରେ ମୁଖ୍ୟମନ୍ତ୍ରୀ ସୂଚନା ଜାରି କରିଥିଲେ । ହିଂସାକାଣ୍ଡରେ ମୋଟ ୬୦ ଜଣଙ୍କ ଜୀବନ ଯିବା ସହିତ ୨୩୧ ଜଣ ଆହତ ହୋଇଥିଲେ । ଏଥିସହିତ ୧୭୦୦ଟି ଘର ଜଳି ନଷ୍ଟ ହୋଇଥିଲା । ହିଂସାକାଣ୍ଡ ମଧ୍ୟରେ ରାଜ୍ୟରେ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଓ ଲୋକମାନେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.