fbpx

୧୦ମ ଓ ଦ୍ୱାଦଶ ଉତ୍ତୀର୍ଣ୍ଣଙ୍କ ଲାଗି ସରକାରଙ୍କ ଏହି ବିଭାଗରେ ରହିଛି ବମ୍ପର ନିଯୁକ୍ତି ସୁଯୋଗ, ଜାଣି ନିଅନ୍ତୁ କେବେ ସୁଦ୍ଧା ଆବେଦନ କରିବାକୁ ହେବ

ନୂଆଦିଲ୍ଲୀ:ଯଦି ଆପଣ ୧୦ ମ କିମ୍ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ଓ ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ଏବେ ଆପଣଙ୍କ ଲାଗି ଏକ ବଡ ସୁଯୋଗ ଆସିଛି । ଏବେ ୧୦ମ ଓ ଦ୍ୱାଦଶ ଉତ୍ତୀର୍ଣ୍ଣଙ୍କ ଲାଗି ସରକାରଙ୍କ ବିଭିନ୍ନ ବିଭାଗରେ ବମ୍ପର ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି ।
ବିହାର ପୋଲିସ କନଷ୍ଟେବଳ ରିକ୍ରୁଇଟମେଣ୍ଟ ୨୦୨୩:

ବିହାର ପୋଲିସ ପକ୍ଷରୁ କନଷ୍ଟେବଳ ପଦ ଲାଗି ବମ୍ପର ନିଯୁକ୍ତି ପ୍ରକାଶ ପାଇଛି । ବିଭାଗରେ ୨୧୩୯୧ କନଷ୍ଟେବଳ ପଦରେ ନିଯୁକ୍ତି ଦିଆଯିବ । ଏଥିଲାଗି ପ୍ରାର୍ଥୀ ଅଧିକାରୀକ ୱେବସାଇଟ୍ csbc.bih.nic.in କୁ ଯାଇ ଆବେଦନ କରିପାରିବେ । ଏହି ଆବେଦନ ପ୍ରକ୍ରୟା ୨୦ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ । ଦ୍ୱାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଏଥିଲାଗି ଆବେଦନ କରିପାରିବେ ।
ରାଜସ୍ଥାନ ସଫେଇ କର୍ମଚାରୀ ରିକ୍ରୁଇଟମେଣ୍ଟ ୨୦୨୩:
ରାଜସ୍ଥାନରେ ୧୩,୧୮୪ ସଫେଇ କର୍ମଚାରୀ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯ ଜୁଲାଇ ସୁଦ୍ଧା ଆଶାୟୀ ପ୍ରାର୍ଥୀ ଏଥିଲାଗି ଆବେଦନ କରିପାରିବ । ଏଥିଲାଗି ପ୍ରାର୍ଥୀ ଅଧିକାରୀକ ୱେବସାଇଟ୍ isg.urban.rajasthan. gov.in କୁ ଯାଇ ଆବେଦନ କରିପାରିବେ ।

ଏସଏସସି ଏମ୍ ଟିଏସ୍ ଏସ୍ ରିକ୍ରୁଇଟମେଣ୍ଟ ୨୦୨୩:
କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟରେ ମଲ୍ଟି ଟାକ୍ସିଂ କର୍ମଚାରୀ ଏବଂ ସିବିଆଇସି, ସିବିଏଡ଼୍ ରେ ହାବିଲଦାର ଲାଗି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ଏସଏସସି ଏଥିଲାଗି ଏମଟିଏସ୍ ନିଯୁକ୍ତି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୧୫୫୮ ପଦ ପୂରଣ ହେବ । ୧୦ମ ପାସ୍ କରିଥିବା ଆଶାୟୀ ପ୍ରାର୍ଥୀମାନେ ଅଧିକାରୀକ ୱେବସାଇଟ୍ ssc.nic.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ରହିଛି ୨୧ ଜୁଲାଇ ।

ଆଇଟିବିପି ରିକ୍ରୁଇଟମେଣ୍ଟ ୨୦୨୩:

ଆଇଟିବିପି ଅର୍ଥାତ୍ ଇଣ୍ଡୋ ତିବ୍ଦତ ବର୍ଡର ପୋଲିସରେ କନଷ୍ଟେବଲ ଡ୍ରାଇଭର ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି । ଏଥିଲାଗି ୧୦ ମ ପାସ୍ ଆଶାୟୀ ପ୍ରାର୍ଥୀ ଜୁଲାଇ ୨୬ ସୁଦ୍ଧା ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀମାନେ ଅଧିକାରୀକ ୱେବସାଇଟ୍ recruitment.itbpolice.nic.in କୁ ଯାଇ ଆବେଦନ କରିପାରିବେ । ବୟସ ସୀମା ରହିଛି ୨୭ ବର୍ଷ ।

Get real time updates directly on you device, subscribe now.