ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସବୁଜ ପନିପରିବା ଦର ଆକାଶ ଛୁଇଁଥିବା ବେଳେ ଲୋକମାନଙ୍କୁ ଆଉ ଏକ ମହଙ୍ଗା ମାଡ଼ ସହିବାକୁ ପଡିଛି। ତୈଳ ବିତରଣ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୭୭୩ ରୁ ୧,୭୮୦ ଟଙ୍କାକୁ ବୃଦ୍ଧି ପାଇଛି।
ସେହିଭଳି କୋଲକାତାରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୮୭୫.୫୦ ରୁ ୧୮୮୨.୫୦ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୭୨୫ ରୁ ୧୭୩୨ ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୯୩୭ ରୁ ୧୯୪୪ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଜୁନ୍ ମାସରେ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ଏବଂ ମେ’ ମାସରେ ୧୭୨ ଟଙ୍କା ହ୍ରାସ କରାଯାଇଥିଲା।
Oil marketing companies have increased the prices of commercial LPG gas cylinders by Rs 7/cylinder. Delhi retail sales price of 19kg commercial LPG cylinder increased from Rs 1,773 to Rs 1,780 per cylinder. No change in the prices of domestic LPG cylinders.
— ANI (@ANI) July 4, 2023
ଏହାରି ମଧ୍ୟରେ ସାମାନ୍ୟ ଆଶ୍ବସ୍ତିକର ଖବର ହେଉଛି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଏଲପିଜି ଗ୍ୟାସର ମୂଲ୍ୟ ସମାନ ରହିଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୧୦୩ ଟଙ୍କା, କୋଲକାତାରେ ୧୧୨୯ ଟଙ୍କା, ମୁମ୍ବାଇରେ ୧୧୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୧୧୧୮.୫୦ ଟଙ୍କା ରହିଛି।