ନୂଆଦିଲ୍ଲୀ: ଗାଜିଆବାଦର ଦିଲ୍ଲୀ-ମେରଠ ଏକ୍ସପ୍ରେସ ୱେରେ ଏକ ବଡ଼ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏକ୍ସପ୍ରେସ ୱେରେ ଗୋଟିଏ ବସ ଓ ଟିୟୁଭି ୩୦୦ କାର ମଧ୍ୟରେ ଟକ୍କର ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତି ଓ ଗୋଟିଏ ୮ ବର୍ଷର ବାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କ୍ରସିଂ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଖାଲିଥିବା ସ୍କୁଲ ବସଟି ରଙ୍ଗ ସାଇଡରେ ଆସୁଥିଲା । ଅନ୍ୟପକ୍ଷରେ କାରରେ ଗୋଟିଏ ପରିବାରର ସଦସ୍ୟମାନେ ମେରଠରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ସପରିବାର ଖାଟୁ ଶ୍ୟାମଙ୍କ ଦର୍ଶନ ପାଇଁ ଯାଉଥିଲେ । ମାତ୍ର କାରଟି ରଙ୍ଗ ସାଇଡରେ ଆସୁଥିବାରୁ ପରସ୍ପର ସହ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଏଥିସହିତ ଦୁର୍ଘଟଣା ପରେ ଶବଗୁଡ଼ିକ କାର ଭିତରେ ଫଶି ରହିଥିଲା । ପରେ ବସର ଗେଟକୁ କଟର ଦ୍ୱାରା କାଟି ଫଶି ରହିଥିବା ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା । ଏହାପରେ କାରରୁ ଶବ ବାହାର କରି ପୋଷ୍ଟ ମର୍ଟମ ପାଇଁ ପଠାଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ପୁରୁଷ ଓ ଜଣେ ଶିଶୁ ୮ ବର୍ଷର ବାଳକ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
VIDEO | Five people were killed after a SUV collided with a bus on Delhi-Meerut Expressway in Ghaziabad. More details are awaited.
(Warning: Disturbing visuals)
(Source: Third Party) pic.twitter.com/USXK2kej3f— Press Trust of India (@PTI_News) July 11, 2023