କେଉଁ ଆଡକୁ ମୁହଁ କରି ଭୋଜନ କରିବା ଉଚିତ : ଜାଣିନିଅନ୍ତୁ ଏହାର ସଠିକ ଦିଗ

ଭୁବନେଶ୍ୱର : ବାସ୍ତୁଶାସ୍ତ୍ର ଅନୁସାରେ ଦିଗରେ ବହୁତ ମହତ୍ୱ ରହିଛି । କିଛି ଦିଗକୁ ଆମେ ଶୁଭ ମାନିଥାଉ ତ ଆଉ କିଛି ଦିଗକୁ ଆମେ ଶୁଭ ମାନି ନଥାଏ । ଯଦି ଆମେ କିଛି ଭଲ କାମ କରିବା ପାଇଁ ଯାଉଛନ୍ତି ତେବେ ପ୍ରଥମେ ଦିଗକୁ ଗୁରୁତ୍ୱ ଦେଇଥାଉ । ସ୍ୱତନ୍ତ୍ର କାମ ପାଇଁ ଦିଗର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ବାସ୍ତୁ ଅନୁସାରେ ଭୋଜନ କରିବାର ସଠିକ ଦିଗ ରହିଛି । ତେଣୁ ଭୋଜନ କରିବା ସମୟରେ ସଠିକ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟନ୍ତ ଆବଶ୍ୟକ । ସଠିକ ଦିଗକୁ ମୁହଁ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହା ର ଉତ୍ତମ ପ୍ରଭାବ ପଡିଥାଏ ଏବଂ କର୍ମକ୍ଷେତ୍ରରେ ସଫଳତା ଆସିଥାଏ ।

ଜାଣିନିଅନ୍ତୁ ଭୋଜନ କରିବାର ସଠିକ ଦିଗ :

-ଭୋଜନ କରିବାର ଶୁଭ ଓ ଉତ୍ତମ ଦିଗ ପୂର୍ବ ଓ ଉତ୍ତରକୁ କୁହାଯାଏ । ଏହି ଦିଗକୁ ମୁହଁ କରି ଖାଇବା ଦ୍ୱାରା ସବୁ ରୋଗ ଶରୀରରୁ ଦୂରେଇ ରୁହେ । ଏହି ଦିଗରେ ମୁହଁ କରି ଖାଇଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ । ନିଜ କର୍ମରେ ସଫଳତା ମିଳିଥାଏ ।

-ମାତ୍ର ଦକ୍ଷିଣ ଦିଗକୁ ମୁଖ କରି ଖାଇବା ଉଚିତ ନୁହେଁ । କାରଣ ଏହି ଦିଗକୁ ମୁହଁ କରି ଖାଇବା ଦ୍ୱାରା ଆୟୁ କମିବା ସହ ର୍ଦୁଭାଗ୍ୟ ଆସିଥାଏ ।

-ଘରର ଉତ୍ତର-ପୂର୍ବ ଦିଗରେ ବସି ଭୋଜନ କରନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ।

-ପଶ୍ଚିମ ଦିଗକୁ ମୁହଁ କରି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । ଏହା ଦ୍ୱାରା କରଜର ସମସ୍ୟା ବୃଦ୍ଧି ପାଇଥାଏ ।

ଭୋଜନ ସରିବା ପରେ ସେହି ଥାଳିରେ କେବେ ମଧ୍ୟ ହାତ ଧୁଅନ୍ତୁ ନାହିଁ । ଏହା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଯିବ ଏବଂ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।