fbpx

NDA ବୈଠକରେ ଚିରାଗ ପାସୱାନ ଛୁଇଁଲେ PM ମୋଦୀଙ୍କର ପାଦ: ପ୍ରଧାନମନ୍ତ୍ରୀ ସ୍ନେହରେ ତାଙ୍କୁ କଲେ ଆଲିଙ୍ଗନ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଆୟୋଜିତ ହୋଇଥିବା ଏନଡିଏର ମିଳିତତା ବୈଠକରେ, ଲୋକ ଜନଶକ୍ତି ପାର୍ଟୀର ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାସବାନଙ୍କ ମାମୁଁ ପଶୁପତି ପାରସ ଦୁହେଁ ଚିରାଗକୁ ଆଲିଙ୍ଗନ କରି ଆର୍ଶୀବାଦ ଦେଇଥିବା ଖବର ସାମ୍ନାକୁ ଆସିଛି ।

ଦେଖିବାକୁ ଗଲେ, ଚିରାଗଙ୍କ ସ୍ୱର୍ଗୀୟ ବାପା ରାମବିଳାସ ପାସୱାନଙ୍କ ପାର୍ଟୀ ଓ ଲୋକ ଜନଶକ୍ତି ପାର୍ଟୀ ମଧ୍ୟରେ ହୋଇଥିବା ବିଦ୍ରୋହ ପରେ, ତାଙ୍କ ମାମୁଁ ପଶୁପତି ପାରସକୁ ନେଇ କେନ୍ଦ୍ର ସରକାରରେ ମନ୍ତ୍ରୀ କରିଥିଲେ । ତେଣୁ ଏନେଇ ଚିରାଗ ପାସୱାନ ବିଜେପି ଉପରେ ରାଗି ଯାଇ ସୋମବାର ଦିନ ଦିଲ୍ଲୀରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ସାକ୍ଷାତ କରିବା ପରେ, ପୁଣି ସେ ଏନଡିଏର ବୈଠକରେ ଔପଚାରିକ ଭାବରେ ସାମିଲ ହେବାର ନିଷ୍ପତି ନେଲେ ।

ଜେ.ପି ନଡ୍ଡା ଏନଡିଏ ବୈଠକରେ ସାମିଲ ହେବା ପାଇଁ ଚିରାଗ ପାସବାନଙ୍କୁ ପୂର୍ବରୁ ନିମନ୍ତ୍ରଣ ପତ୍ର ପଠାଇଥିଲେ । ମଙ୍ଗଳବାର ଦିନ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଚିରାଗଙ୍କୁ ଆଲିଗନ କରି, ବିହାରର ମତଦାତାଙ୍କୁ ଏକ ବଡ଼ ରାଜନୈତିକ ବାର୍ତ୍ତା ପଠାଇବାର ଚେଷ୍ଟା କରିଛନ୍ତି । ଏଥି ସହ ରାଜନୈତିକ ତିକ୍ତତା ସତ୍ତ୍ୱେ ଚିରାଗ ପାସୱାନ ଯେତେବେଳେ ମଧ୍ୟ ନିଜ ମାମୁଁଙ୍କ ସହ ମିଳାମିଶା କରନ୍ତି, ସେତେବେଳେ ସେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି । କିନ୍ତୁ, ଏହା ପରେ ମଧ୍ୟ କୁହାଯାଉଛି ଯେ, ମାମୁଁ ଓ ଭଣଜାଙ୍କ ମଧ୍ୟରେ କୌଣସି ରାଜନୈତିକ ବୁଝାମଣା ହୋଇ ନାହିଁ । କାରଣ ସେମାନେ ଏବେ ମଧ୍ୟ ହାଜୀପୁର ଲୋକ ସଭା ସିଟ ପାଇଁ ଜିଦରେ ଅଛନ୍ତି ।

Get real time updates directly on you device, subscribe now.