fbpx

ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ନୁହେଁ ପଶୁମାନେ ବେଶି ପ୍ରଭାବିତ ହେଉଛନ୍ତି: ଗବେଷଣାରୁ ମିଳିଲା ବଡ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଜୀବନଯାପନ ଶୈଳୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁ୍ଛି । ମଣିଷ ଆଧୁନିକତା ଆଡକୁ ଯେତିକି ଅଗ୍ରସର ହେଉଛି, ନିଜର ସେତିକି କ୍ଷତି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଛି । ତେବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଣିଷ ଅପେକ୍ଷା ପଶୁମାନଙ୍କ ଉପରେ ଅଧିକ ପଡୁଛି ।

ଏକ ଗବେଷଣାରେ ବାଦୁଡି, ଜେବ୍ରାଫିସ୍, ବେଙ୍ଗ, କୋଆଲା, ଆଫ୍ରିକୀୟ ହାତୀ, କୁକୁଡା, ଗାଈ ଓ କୁକୁର ଭଳି ଗୃହପାଳିତ ପଶୁମାନଙ୍କ ବ୍ୟତୀତ ପ୍ରାଣୀ ଉଦ୍ୟାନ ଏବଂ ଜଙ୍ଗଲୀ ପଶୁମାନଙ୍କୁ ସାମିଲ କରାଯାଇଥିଲା । ଗବେଷଣାରୁ ଜଣା ପଡିଛି ଯେ, ଜଳବାୟୁର ବ୍ୟାପକ ପରିବର୍ତ୍ତନରେ ପଶୁମାନେ ଅଧିକ ପ୍ରଭାବିତ ହେଉଛନ୍ତି ।

ଅଧ୍ୟୟନରୁ ଜଣାପଡିଛି ଯେ, ଜଳବାୟୁ ପରିବର୍ତ୍ତନରୁ ବଢୁଥିବା ଉତ୍ତାପ ଗାଈମାନଙ୍କୁ ବେଶି ପ୍ରଭାବିତ କରୁଛି, ଯେଉଁ କାରଣରୁ ଦୁଗ୍ଧ ଉତ୍ପାଦନ ପ୍ରାୟ ୩୫ପ୍ରତିଶତ କମିଛି । ଏହାସହ ପାଣିର ଅଭାବ ଦ୍ୱାରା ବାରମ୍ବାର ମରୁଡି ଓ ଜଙ୍ଗଲରେ ବୃକ୍ଷ ସଂଖ୍ୟା ହ୍ରାସ ପାଇବା କାରଣରୁ ଉତ୍ତାପ ବଢୁଛି । ଫଳରେ ପୃଥିବୀର ବୃହତ୍ତମ ସ୍ତନ୍ୟପାୟୀ ପ୍ରାଣୀ ଆଫ୍ରିକୀୟ ହାତୀମାନଙ୍କର ମୃତ୍ୟୁ ବୃଦ୍ଧି ପାଉଛି । ତେବେ ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଘରେ ରହୁଥିବା ବିଲେଇ ଏବଂ କୁକୁରମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ପ୍ରତ୍ୟେକ ପ୍ରାଣୀଙ୍କର ଜୀବନ ଶୈଳୀ ଭିନ୍ନ ଭିନ୍ନ । ପଶୁମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ଯାଞ୍ଚ କରାଯାଉଛି । ପଶୁ କଲ୍ୟାଣ ଡୋମେନ୍ ବ୍ୟବହାର କରି ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବରୁ ପଶୁମାନଙ୍କୁ କିପରି ରକ୍ଷା କରିହେବ ତାର ଉପାୟ ଭବିଷ୍ୟତରେ ଅନୁସନ୍ଧାନକାରୀମାନେ ବାହାର କରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.