ସୁବର୍ଣ୍ଣପୁର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ଅନେକ ଜାଗାରେ ବିଭିନ୍ନ କ୍ଷତି ଘଟୁଥିବା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ବଜ୍ରପାତ ଯୋଗୁଁ ଜଗନ୍ନାଥଙ୍କ ମନ୍ଦିର ଫାଟି ଯାଇଥିବା ଦେଖିବାକୁ ମିଳିଛି । ତେବେ ବଜ୍ରାଘାତରେ ମନ୍ଦିର ବିଭିନ୍ନ ସ୍ଥାନରେ ଏହି ଫାଟ ଦେଖାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକାଟ କରିଛନ୍ତି ।
ସୂଚନା ଅନୁସାରେ, ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ସିଣ୍ଢୋଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବଜ୍ରପାତରେ ଏଠାରେ ତିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି । ତେବେ ଗୋଟିଏ ନୁହେଁ ମନ୍ଦିରର ବିଭିନ୍ନ ଜାଗାରେ ଫାଟ ସୃଷ୍ଟି କରିଛି ଏହି ବଜ୍ରାଘାତ । ଗାଁରେ ହଠାତ୍ ବର୍ଷା-ଘଡଘଡି ଏବଂ ଏହାର ପ୍ରଭାବରେ ମନ୍ଦିରରେ ଫାଟ ସୃଷ୍ଟି ହେବାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଗ୍ରାମବାସୀ । ତେବେ ମନ୍ଦିର ଉପରେ ବଜ୍ରପାତର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଆଖପାଖରେ ଥିବା ଗ୍ରାମବାସୀ ସୁରକ୍ଷିତ ରହିଛନ୍ତି । ଜଗନ୍ନାଥଙ୍କ କୃପାରୁ ସମସ୍ତ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ମନ୍ଦିର ମରାମତି କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।