fbpx

ଆଜି କୃଷକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ଉପହାର: ୯କୋଟି ଖାତାରେ ପଠାଇବେ ଦୁଇ-ଦୁଇ ହଜାର ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯କୋଟି କୃଷକଙ୍କ ଖାତାରେ ଦୁଇ-ଦୁଇ ହଜାର ଟଙ୍କାର କିସାନ ସମ୍ମାନ ନିଧି ପଠାଇବେ । ଏଥି ସହ ସାରା ଦେଶର ସମସ୍ତ କୃଷକଙ୍କୁ ବାର୍ତ୍ତା ପଠାଇବା ପାଇଁ ମଧ୍ୟ ପ୍ରସ୍ତୁତ ଚାଲିଛି । କୃଷକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । କୃଷକ ସମ୍ମାନ ନିଧି ଯୋଜନା ଅନୁଯାୟୀ ସରକାର ପ୍ରତ୍ୟେକ କୃଷକଙ୍କ ଖାତାକୁ ୨ ହଜାରା ଟଙ୍କା ପଠାଉଛନ୍ତି । ତେଣୁ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ଆଜି କେଉଁଠାରେ ଏହି ସମ୍ମାନ ନିଧି ଯୋଜନାର ଜନସଭା ଆୟୋଜିତ ହୋଇଛି ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଶେଖାୱାଟୀରେ ଦେଶର ୯କୋଟି କୃଷକଙ୍କ ଖାତାରେ ଏକ ସାଙ୍ଗରେ କିସାନ ସମ୍ମାନ ନିଧି ଯୋଜନାର ଟଙ୍କା ପଠାଇବେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାରେ ସିକର ଏବଂ ଝୁନଝୁନ ସମେତ ବିଜେପି ଶେଖାୱାଟୀରେ ଜଡିତ ଅଛି । ବିଜେପି କହିବା କଥା ହେଲା ଲୋକ ନିଜ ଲୋକପ୍ରିୟ ନେତାକୁ ଶୁଣିବା ପାଇଁ ଲୋକମାନେ ଉତ୍ସାହିତ ଅଛନ୍ତି । ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତିଶୀଳ ପାଇଁ ପ୍ରୟାସ କରିଆସୁଛନ୍ତି । ରେଲୱେ ଏବଂ ଇନଫ୍ରାଷ୍ଟ୍ରକ୍ଚର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ବଡ଼ ଉପହାର ଦେଇଛନ୍ତି ।

କହିବାକୁ ଗଲେ ଗତ ଲୋକସଭା ନିର୍ବାଚନରେ ରାଜସ୍ଥାନରେ ବିଜେପି ବଡ଼ ବିଜୟ ହାସଲ କରିଥିଲା । ଏଥିଲାଗି ବିଜେପି ଚାହୁଁଛି ପ୍ରଧାନମନ୍ତ୍ରୀଙ୍କ ଏହି ସାଧାରଣ ସଭା ମାଧ୍ୟମରେ ବିଜୟର ଭୂମିକା ଗ୍ରହଣ କରାଯାଉ । ଏହି ଜିଲ୍ଲାରେ ଆଠଟି ବିଧାନସଭା ସିଟ୍ ରହିଛି । ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତରେ କୌଣସି ଅସୁବିଧା ନହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.