fbpx

ପୁଣି ପାଞ୍ଚବର୍ଷର ଶିଶୁ ସହ ଦୁଷ୍କର୍ମ: ପରେ ଗଳା ଚିପି ହତ୍ୟା କଲା ଦିନ ମଜୁରିଆ

କେରଳ: ଶିଶୁଙ୍କ ସହ ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ କେରଳରେ ପୁଣି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ଶିଶୁ ସହ ଜଣେ ଦିନ ମଜୁରିଆ ଯୁବକ ଦୁଷ୍କର୍ମ କରିଛି । ଦୁଷ୍କର୍ମ ପରେ ଶିଶୁଟିର ଗଳା ଚିପି ହତ୍ୟା କରି ଅଖାରେ ଭର୍ତ୍ତି କରି ଫୋପାଡି ଦେଇଥିବା କଥା ପୋଲିସ ସୂଚନା ଦେଇଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ସଂଧ୍ୟା ୭ଟା ସମୟରେ ଏହି ମାମଲାର ଅଭିଯୋଗ ହୋଇଥିଲା ଏବଂ ୮ଟା ରାତିରେ ମାମଲା ପଞ୍ଜୀକୃତ ହୋଇଥିଲା । ସିସିଟିଭି ଆଧାରରେ ଜଣାଯାଇଛି ଯେ, ଶିଶୁଟି ଦିନ ମଜୁରିଆ ସହ ଥିଲା । ରାତି ସାଢେ ୯ଟା ସମୟରେ ସେହି ମଜୁରିଆକୁ ଧରାଯାଇଛି । ଗିରଫ ସମୟରେ ସେହି ଦିନ ମଜୁରିଆଟି ନିଶା ସେବନ କରିଥିଲା । ଏହାପରେ ଲୋକଙ୍କୁ ପଚରାଉଚରା ପରେ ଶିଶୁର ଶବ ବଜାର ପଛପଟରେ ଏକ ଅଖା ଭିତରେ ପସିଥିବାର ମିଳିଥିଲା । କୋଚି ଡିଆଇଜି ଶ୍ରୀନିବାସ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଛି ।

ପରିବାର ସଦସ୍ୟଙ୍କୁ କ୍ଷମା ମାଗିଛନ୍ତି କେରଳ ପୋଲିସ। ସେ ତାଙ୍କର ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ପୀଡିତାର ପରିବାର ସଦସ୍ୟଙ୍କୁ କହିଥିଲେ ଯେ, ଅନେକ ଚେଷ୍ଟା ପରେ ମଧ୍ୟ ଆମେ ଶିଶୁକୁ ପରିବାର ସହ ଭେଟ କରିବାରେ ଅସଫଳ ହୋଇଛୁ। କେରଳ ସରକାର ଏବଂ କେରଳ ପୋଲିସ ବିରୋଧରେ କଂଗ୍ରେସ ଟାର୍ଗେଟ କରିଛି। ଭି ଡି ସାଥେସନ କହିଛନ୍ତି ଯେ, ଶିଶୁଟି ସହର ଭିତରେ ଥିଲା କିନ୍ତୁ ପୋଲିସ ଠିକ୍ ସମୟରେ କାର୍ଯ୍ୟ କରିପାରିନଥିଲା। ଶିଶୁର ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ କେପିସିସି ମୁଖ୍ୟ କେ ସୁଧାକରନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.