fbpx

(Video) Relience Jio ଲଞ୍ଚ କଲା ସବୁଠାରୁ ଶସ୍ତା ଲାପଟପ୍: ଦମଦାର ଫିଚର୍ସ ସାଙ୍ଗକୁ ଷ୍ଟାଇଲିସ ଡିଜାଇନ୍

ନୂଆଦିଲ୍ଲୀ: ବ୍ୟବସାୟ କ୍ଷେତ୍ରରେ ପୁଣି ଏକ ପାଦ ଆଗକୁ ବଢାଇଛି ରିଲାଏନ୍ସ ଜିଓ । ଦେଶରେ ସବୁଠାରୁ ଶସ୍ତା ଲାପଟପ ଲଞ୍ଚ କରି ଡିଜିଟାଲ ମାର୍କେଯରେ କମ୍ପାନୀ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଏଣିକି ଖୁବ କମ୍ ଟଙ୍କାରେ ଉପଲବ୍ଧ ହେବ ଜିଓର ଲାପଟପ୍ (JioBook) । କମ୍ପାନୀ ତରଫରୁ ଲଞ୍ଚ ହୋଇଥିବା ଏହି ଜିଓବୁକ୍ ହେଉଛି ଏକ ରିଭୋଲ୍ୟୁସନାରୀ ଲର୍ଣ୍ଣିଂ ବୁକ୍ । ଏହାକୁ ସମସ୍ତ ବୟସର ୟୁଜର ବ୍ୟବହାର କରିପାରିବା ଭଳି ଡିଜାଇନରେ ପ୍ରସ୍ତୁତ କରାଯାଇଛି । ଏହାର ମୂଲ୍ୟ ମଧ୍ୟ ଖୁବ କମ୍ । ମାତ୍ର ୧୬,୪୯୯ ଟଙ୍କାରେ ରିଲାଏନ୍ସ ଜିଓର ଏହି ଜିଓବୁକ୍ ମିଳିପାରିବ ।

ନିଜର JioOS ଅପରେଟିଙ୍ଗ ସିଷ୍ଟମ୍, ଷ୍ଟାଇଲିସ ଡିଜାଇନ୍ ଏବଂ ଅଲୱେଜ କନେକ୍ଟେଡ ଡିଭାଇସ ଫିଚର୍ସ ସହିତ ଜିଓବୁକ ସମସ୍ତ ବ୍ୟକ୍ତିଙ୍କ ପାଇଁ ଖୁବ ସହଜ ହେବ ବେଲି କମ୍ପାନୀ ଦାବି କରିଛି । ଅନଲାଇନ୍ କ୍ଲାସ, କୋଡ ଶିଖିବା କିମ୍ବା ଯୋଗ ଷ୍ଟୁଡିଓ ଆରମ୍ଭ କରିବା ଭଳି କାର୍ଯ୍ୟରେ ଶିଖିବାର ଏକ ନୂଆ ପ୍ଲାଟଫର୍ମ ପ୍ରଦାନ କରିବ ଜିଓବୁକ୍ । ଆସନ୍ତା ଅଗଷ୍ଟ ୫ ତାରିଖରୁ ଏହା ମାତ୍ର ୧୬,୪୯୯ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି । ରିଲାଏନ୍ସ ଡିଜିଟାଲରୁ ଅନଲାଇନ ଏବଂ ଅଫଲାଇନ ଉଭୟ ଉପାୟରେ ଏହି ଜିଓବୁକ୍ କିଣିପାରିବେ ଗ୍ରାହକ । ଏହାବ୍ୟତୀତ Amazon.in ଜରିଆରେ ମଧ୍ୟ ଏହାକୁ ଅର୍ଡର କରି କିଣିପାରିବେ । ତେବେ ଅଧିକ ତଥ୍ୟ ପାଇଁ www.jiobook.comରେ ଭିଜିଟ କରିପାରନ୍ତି । ଜିଓବୁକରେ ସ୍ଲିମ୍ ବଡି ସାଙ୍ଗକୁ ୨.୦ ଗେଗାହର୍ଜ ଅକ୍ଟାକୋର ପ୍ରସେସର, ୪ ଜିବି LPDDR୪ ରାମ୍, ୬୪ ଜିବି(SD କାର୍ଡ ସହ ୨୫୬ ଜିବି ପର୍ଯ୍ୟନ୍ତ ବୃଦ୍ଧି ଯୋଗ୍ୟ) ଷ୍ଟୋରେଜ ଉପଲବ୍ଧ ।

• 4G LTE ଏବଂ ଡୁଆଲ ବ୍ୟାଣ୍ଡ ୱାଇଫାଇ କ୍ଷମତାଯୁକ୍ତ ଏହି ଲାପଟପ ରିମୋଟ ଅଞ୍ଚଳରେ ମଧ୍ୟ ଇଣ୍ଟରକେଟ କନେକ୍ସନ ରଖିପାରିବ ।

• ସାଧାରଣ Interface ସହିତ ୭୫ରୁ ଅଧିକ କି ବୋର୍ଡ ସର୍ଟକଟ, ଟ୍ରାକପ୍ୟାଡ ଜେସ୍ଚର, ସ୍କ୍ରିନ ଏକ୍ସଟେନ୍ସନ, ଏବଂ ୱାୟାରଲେସ ପ୍ରିଣ୍ଟିଙ୍ଗ ଭଳି ପିଚର୍ ସହିତ ଏହା ଉପଲବ୍ଧ ହେବ ।

• ସେହିଭଳି ମଲ୍ଟି- ଟ୍ୟାକ୍ସିଙ୍ଗ ସ୍କ୍ରିନ, ଇଣ୍ଟିଗ୍ରେଟେଡ ଚାଟବଟ୍ ସୁବିଧା ମିଳିପାରିବ ।

• JioTV ଆପ୍ ଜରିଆରେ ଏଜୁକେସନାଲ କଣ୍ଟେଣ୍ଟ ଆକ୍ସେସ

• JioCloudGames ସହିତ ଲିଡିଙ୍ଗ ଗେମିଙ୍ଗ ଟାଇଟଲ

• C/C++, ଜାଭା, ପାୟଥନ ଏବଂ ପର୍ଲ ଇତ୍ୟାଦି ଭାଷା ମଧ୍ୟ ଏଥିରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.