fbpx

ଫରେନସିକ୍ ସାଇନ୍ସ ସେବା ସଂଗଠନର ଆଧୁନିକୀକରଣ ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜ୍ୟ କ୍ରିମିନାଲ ଜଷ୍ଟିସ୍ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ଆଧୁନିକୀକରଣ ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମର୍ଡନାଇଜେସନ ଅଫ ଫରେନ୍ସିକ ସାଇନ୍ସ ସର୍ଭିସ ଅର୍ଗାନାଇଜେସନ ଓଡିଶା ନାଁରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଏହି ଯୋଜନାରେ ୫ ବର୍ଷ ପାଇଁ ଲାଗୁ ହେବ । ବାଲେଶ୍ୱର ଓ ସମ୍ବଲପୁରରେ ହେବ ଆଂଚଳିକ ଫରେନ୍ସିକ ଲାବ୍ । ଦୁଇଟି ଆଂଚଳିକ ଲାବ୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ବିଭିନ୍ନ ସାମଗ୍ରୀ ପାଇଁ ୧୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୋବାଇଲ ଫରେନ୍ସିକ ଭ୍ୟାନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.