fbpx

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ନିଆଗଲା ନିଷ୍ପତ୍ତି

ପୁରୀ: ଲଘୁଚାପ ପ୍ରଭାବରୁ ୩ ରୁ ୪ ଦିନ ହେବ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷା କାରଣରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ସେହିପରି ପୁରୀରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଯାଇଛି । ଏନେଇ ପୁରୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ସୂଚନା ଅନୁଯାୟୀ, ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାପାଳ ଏହି ଜରୁରୀକାଳୀନ ପରିସ୍ଥିତି ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । ବିନା ଅନୁମତିରେ କୌଣସି କର୍ମଚାରୀ ଛୁଟିରେ ଯାଇପାରିବେନି । ତେବେ ନିଜର ଜରୁରୀକାଳୀନ ପରିସ୍ଥିତିରେ ଅନୁମତି ନେଇ ସରକାରୀ କର୍ମଚାରୀ ଛୁଟି ନେଇପାରିବେ ।

ରାଜ୍ୟରେ ବନ୍ୟା ସ୍ଥିତିକୁ ନଜରରେ ରଖି, ରାଜ୍ୟ ସରକାର ୧୫ ଜିଲ୍ଲାରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ୮ଟି ଏନଡିଆରଏଫ, ୧୩ଟି ଓଡିଆରଏଏଫ, ୨୩ଟି ଅତିରିକ୍ତ ଫାୟାର ଟିମ ମୁତୟନ କରିଛନ୍ତି। ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।

Get real time updates directly on you device, subscribe now.