fbpx

ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ : ଗୁରୁତର ଅବସ୍ଥାରେ କରାଯାଇଥିଲା ଉଦ୍ଧାର

ଭୁବନେଶ୍ୱର : ଦିନକୁ ଦିନ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ପୁଣି ଏକ ବାଘର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟସ୍ଥ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗତକାଳି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏକ ଭାରିଯାନ ଧକ୍କାରେ ବାଘଟି ତଳେ ପଡ଼ି ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏହାକୁ ଦେଖି ବନ ବିଭାଗ କର୍ମଚାରୀ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲେ । ଗୁରୁତର ଅବସ୍ଥାରେ ଥିବା ବାଘଟିକୁ ପ୍ରଥମେ ପାଣି ପିଇବା ପାଇଁ ଦେଲେ, ଏହାପରେ ଗୁରୁତର ବାଘଟିକୁ ଉଦ୍ଧାର କରି ତୁରନ୍ତ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ବାଘଟିର ମୃତ୍ୟୁ ହୋଇଥିଲା ।

ବାଘଟିର ବୟସ ପ୍ରାୟ ୪-୫ ବର୍ଷ ହୋଇଥିବାର ଅନୁମାନ କରାଯାଉଛି । ତେବେ ବାଘଟିର ଦୁର୍ଘଟଣା କିପରି ହେଲା, ସେ ଦିଗରେ ବନ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.