fbpx

ଟମାଟୋ ସୁରକ୍ଷାର ଜବରଦସ୍ତ ବ୍ୟବସ୍ଥା : ପଦ୍ଧତି ହେଲା ଭାଇରଲ

ମୁମ୍ବାଇ : ଟମାଟୋ ଦର ଏବେ ଆକାଶ ଛୁଆଁ ହୋଇଯାଇଛି । ଯାହାଫଳରେ ଚାଷୀମାନେ ଏବେ କୋଟିପତି । ସାରା ଦେଶରେ ବର୍ତ୍ତମାନ ଟମାଟୋ କିଲୋ ୧୦୦ ଟଙ୍କାରୁ ୨୦୦ ଟଙ୍କା ରହିଛି । ଏଭଳି ପରିସ୍ଥିତିରେ ଚୋର ମାନେ ଫାଇଦା ନେଇ ଚାଷୀଙ୍କ ଫାଲରୁ ଟମାଟୋ ଚୋରି କରୁଛନ୍ତି । ଯାହା ଦ୍ୱାରା କି ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏନେଇ ମହାରାଷ୍ଟ୍ର ଔରଙ୍ଗାବାଦର ଚାଷୀ ଶରଦ ରାଓଟେ ଏକ ଜବରଦସ୍ତ ପଦ୍ଧତି ବାହାର କରିଛନ୍ତି । ଯାହାକି ଏବେ ଚାରିଆଡେ ଭାଇରାଲ ହେଉଛି ।

ଶରଦ ରାଓଟେ କହିଛନ୍ତି ଯେ, ବଜାରରେ ସବୁଠାରୁ ଅଧିକ ଚାହିଦା ଟମାଟୋର ରହିଛି । ଏବେ ୨୨-୨୫ କେଜି ଟମାଟୋ ୩ ହଜାର ଟଙ୍କାରେ ବିକ୍ରି ହେଉଛି । ରାଓଟେଙ୍କର ଚାଷ ପାଞ୍ଚ ଏକର ଜମିରେ ପରିବ୍ୟପ୍ତ ରହିଛି । କିନ୍ତୁ ସେ ଦେଢ଼ ଏକରର ଜମିରେ ଟମାଟୋ ଚାଷ କରୁଛନ୍ତି, ଯାହା ତାଙ୍କୁ ସହଜରେ ୬-୭ ଲକ୍ଷ ଟଙ୍କା ରୋଜଗାର ଦେଇପାରିବ । ଏଭଳି ପରିସ୍ଥିତିରେ ଚୋରି ହେବା ସୁନିଶ୍ଚିତ । ତେଣୁ ସେ ଏହାକୁ ନେଇ ଚିନ୍ତିତ ରହିଛନ୍ତି ।

ଏହାପରେ ସେ କହିଛନ୍ତି, ପ୍ରାୟ ୧୦ ଦିନ ପୂର୍ବରୁ ଗାଙ୍ଗପୁର ତାଲୁକାରେ ଥିବା ଜମିରୁ ୨୦-୨୫ କିଲୋ ଟମାଟୋ ଚୋରି ହୋଇଥିଲା । ଏନେଇ ସେ ବଡ଼ ଧରଣର କ୍ଷତିର ସାମ୍ନା କରିଥିଲେ । ତେଣୁ ଆଗକୁ ଯେପରି ପୁଣି କ୍ଷତି ନହେଉ, ସେନେଇ ସେ ୨୨ ହଜାର ଟଙ୍କା ବ୍ୟୟ କରି ସିସିଟିଭି କ୍ୟାମେରା ଲଗାଇଛନ୍ତି । କ୍ୟାମେରାଟି ସୌର ଶକ୍ତିରେ ଚାଲୁଛି । ବର୍ତ୍ତମାନ ସେ ନିଜର ଫୋନ ମାଧ୍ୟମରେ ଯେକୌଣସି ସମୟରେ ନିଜର ଜମି ଉପରେ ନଜର ରଖିପାରୁଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲିଟିଛି ।

Get real time updates directly on you device, subscribe now.