fbpx

Twitter ୟୁଜରଙ୍କ ଆକାଉଣ୍ଟକୁ ପଠାଉଛି ୨୦ ଲକ୍ଷ ଟଙ୍କା… ଜାଣନ୍ତୁ କିପରି ରୋଜଗାର କରିପାରିବେ ୟୁଜର

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରିବା ଆରମ୍ଭ କରି ସାରିଲେଣି ଯୁବପିଢୀ । Youtube ଏବଂ Instagram ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ୟୁଜରମାନେ ମୋଟା ଆକାରର ଟଙ୍କା ରୋଜଗାର କରିପାରୁଛନ୍ତି । ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛି ‘Twitter(X)’ । ୟୁଟ୍ୟୁବ ପରି ଟ୍ୱିଟରରୁ ମଧ୍ୟ ଟଙ୍କା ରୋଜଗାର କରାଯାଇ ପାରୁଛି । ତେବେ ଏଥିପାଇଁ ୟୁଜରଙ୍କୁ କମ୍ପାନୀର କିଛିଟା ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଟ୍ୱିଟର ମଧ୍ୟ ରୋଜଗାରର ଏକ ମାଧ୍ୟମ ପାଲଟିବା ପରେ ବର୍ତ୍ତମାନ ୟୁଜରମାନଙ୍କ ମଧ୍ୟରେ ଖୁସିର ଳହରୀ ଖେଳିଯାଇଛି ।

X Payment

ରିପୋର୍ଟ ଅନୁସାରେ, ଟ୍ୱିଟର ବର୍ତ୍ତମାନ ୟୁଜରମାନଙ୍କ ସହିତ Ads Revenue ସେୟାର କରିବା ଆରମ୍ଭ କରିଛି । ଗତ ସପ୍ତାହରୁ ଏହି ସର୍ଭିସ ଆରମ୍ଭ କରିଛି ଏକ୍ସ ବା ଟ୍ୱିଟର । ତେବେ ଏଥିରେ ରୋଜଗାର କରିବା ପାଇଁ କୌଣସି ରିଲ୍ସ ବା ଭିଡିଓ କରିବାର ଆବଶ୍ୟକତା ନାହିଁ । କୌଣସି ଟ୍ୱିଟର ପୋଷ୍ଟକୁ ୧୫ ମିଲିୟନରୁ ଅଧିକ ଥର ଦେଖାଗଲେ, ଏଥିରୁ ରୋଜଗାର କରିପାରିବେ ୟୁଜର । ତେବେ ଟ୍ୱିଟରର ମନିଟାଇଜେସନକୁ ନେଇ ପୂର୍ବରୁ ଘୋଷଣା କରିଥିଲେ ଏଲନ ମସ୍କ । ତେବେ ଗତ ମାସରେ ଏହି ପ୍ଲାଟଫର୍ମରେ ଆରମ୍ଭ ହୋଇଛି ରିଭେନ୍ୟୁ ସେୟାରିଙ୍ଗ । ଏହାଦ୍ୱାରା ବିଭିନ୍ନ ବିଜ୍ଞାପନରୁ ଆସୁଥିବା ଟଙ୍କାର କିଛି ଅଂଶ ୟୁଜର୍ସମାନଙ୍କୁ ପ୍ରଦାନ କରିଥାଏ । ଭାରତରେ ମଧ୍ୟ ଅନେକ ୟୁଜର ଏହାର ଫାଇଦା ଉଠାଇସାରିଛନ୍ତି ।

ତେବେ କିଛି ୟୁଜର ଟ୍ୱିଟରରୁ ଆୟ କରିଥିବା ଟଙ୍କାର ସ୍କ୍ରିନସଟକୁ ଟ୍ୱିଟର ପେଜରେ ସେୟାର କରିଛନ୍ତି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଏହି ଟଙ୍କା ପାଇବା ପାଇଁ ହେଲେ ୟୁଜରଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଯଦି କମ୍ପାନୀର ସମସ୍ତ ସର୍ତ୍ତାବଳୀରେ ଜଣେ ୟୁଜର ପୂରଣ କରନ୍ତି, ତେବେ ହିଁ ଏକ୍ସ ବା ଟ୍ୱିଟର ତରଫରୁ ୟୁଜରଙ୍କୁ ପେମେଣ୍ଟ ମିଳିପାରିବ ।

ତେବେ ଟ୍ୱିଟରରେ ମନିଟାଇଜେସନ ପାଇଁ ୟୁଜରଙ୍କୁ ପ୍ରଥମେ ନିଜର ବ୍ଲୁ ଟିକ୍ ସବସ୍କ୍ରିପ୍ସନ ହେବା ଆବଶ୍ୟକ । ଏହାଦ୍ୱାରା ୟୁଜରଙ୍କୁ ଭେରିଫିକେସନ ବ୍ୟାଜ ପାଇଥାନ୍ତି । ଏହାବ୍ୟତୀତ ୟୁଜରଙ୍କର ପୋଷ୍ଟରେ ଅତି କମରେ ୧.୫ କୋଟି ଇମ୍ପ୍ରେସନ୍ ରହିବା ଆବଶ୍ୟକ । ତେବେ ମାତ୍ର ୩ ମାସରେ ଏହି ଟାର୍ଗେଟ ପୂରଣ କରିପାରିଲେ ୟୁଜର ଟ୍ୱିଟର ତରଫରୁ ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ତେବେ କ୍ରିଏଟରଙ୍କ ଆକାଉଣ୍ଟରେ ୫୦୦ ଫଲୋଅର୍ସ ରହିବା ଉଚିତ୍ । ଏହାପରେ ୟୁଜର ଆଡ୍ ରିଭେନ୍ୟୁ ପାଇଁ ଆବେଦନ କଲେ ଟ୍ୱିଟର ଏହାକୁ ଗ୍ରହଣ କରିପାରିବ ।

Get real time updates directly on you device, subscribe now.