fbpx

ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍କୁଲରେ ମୋବାଇଲ୍ ଫୋନକୁ ମନା, ଛାତ୍ରଛାତ୍ରୀ ସମେତ ଏହି ମାନଙ୍କ ଉପରେ ମଧ୍ୟ ଲାଗିଲା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର ଦିନ ବିଦ୍ୟାଳୟରେ ଏକ ନିର୍ଦ୍ଦେଶନାମା ଜାରି କରି ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଅରବିନ୍ଦ କେଜ୍ରିୱାଲ ସରକାରୀ ଅନ୍ତର୍ଗତ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ତରଫରୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, କେବଳ ସରକାରୀ ସ୍କୁଲରେ ନୁହେଁ ଘରୋଇ ସ୍କୁଲରେ ମଧ୍ୟ ଛାତଛାତ୍ରୀମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଉ ।

ଇଡି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ‘ଅବିଭାବକ ଏହା ସୁନିଶ୍ଚିତ କରନ୍ତୁ ଯେ, ତାଙ୍କ ପିଲାମାନେ ସ୍କୁଲରେ ମୋବାଇଲ ଫୋନ ନ ନେଇ ଯାଆନ୍ତୁ । ଯଦି କେହି ପିଲା ସ୍କୁଲକୁ ମୋବାଇଲ ନେଇକି ଯାଉଛି ତେବେ ସ୍କୁଲ ପ୍ରଶାସନ ତାଙ୍କ ଠାରୁ ଜବତ କରି କୌଣସି ଲକରରେ ରଖନ୍ତୁ । ମୋବାଇଲ ଫୋନ ସୁରକ୍ଷିତ ରଖିବା ଲାଗି ସିଷ୍ଟମ ତିଆରି କରାଯାଉଛି ।’

ଦିଲ୍ଲୀର ଏହି ସରକାରୀ ନିର୍ଦ୍ଦେଶନାମା କେବଳ ଛାତ୍ରଛାତ୍ରୀମାନଙ୍କ ଉପରେ ନୁହେଁ ଏହା ଶିକ୍ଷକମାନଙ୍କ ଉପରେ ମଧ୍ୟ ଲଗାଯାଇଛି । କୁହାଯାଇଛି, ‘ଶିକ୍ଷକ ଏବଂ ସ୍କୁଲ ଷ୍ଟାଫ କ୍ଲାସ ରୁମ, ପ୍ଲେ ଗ୍ରାଉଣ୍ଡ ଏବଂ ଲାଇବ୍ରେରୀରେ ମୋବାଇଲ ଫୋନ ବ୍ୟବହାର ଠାରୁ ବଞ୍ଚନ୍ତୁ ।’ ଡିଇଓ କହିଛନ୍ତି, ‘ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଠାରୁ ଜବତ କରାଯାଉଥିବା ଫୋନ ବିଦ୍ୟାଳୟ ଛୁଟି ପରେ ଦିଆଯିବା ଉଚିତ୍ ।’

ସର୍କୁଲାରରେ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ହେଲ୍ପଲାଇନ ନମ୍ବର ପ୍ରଦାନ କରିବାକୁ କୁହାଯାଇଛି ଯେଉଁଠାରେ ଜରୁରୀକାଳୀନ ପରିସ୍ଥିତିରେ ଛାତ୍ର ଏବଂ ଅଭିଭାବକମାନେ ଫୋନ କରିପାରିବେ। ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

Get real time updates directly on you device, subscribe now.