fbpx

ନାଗପୁରରେ ଭୀଷଣ ସଡ଼କ ଦୁର୍ଘଟଣା, ଟ୍ରକ-କାର୍ ଧକ୍କାରେ ୭ଜଣଙ୍କ ମୃତ୍ୟୁ

ନାଗପୁର: ନାଗପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା କଥା ସୂଚନା ମିଳିଛି । ଟ୍ରକ ଏବଂ କାର ମଧ୍ୟରେ ଦୁର୍ଘଟଣା ହୋଇଛି ।

ସୂଚନା ଅନୁଯାୟୀ, ନାଗପରରେ ଏକ ଟ୍ରକକୁ ଓଭରଟେକ କରିବାକୁ ଯାଇ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି । ମୃତକଙ୍କ ମଧ୍ୟରେ ୬ଜଣ ମହିଳା ଏବଂ ଅନ୍ୟ ଜଣେ ପୁରୁଷ ଅଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି, ଶବବ୍ୟବଚ୍ଛେଦ ପାଇଁ ପଠାଇଛି । ୨ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଦୁର୍ଘଟଣା କେଉଁ କାରଣରୁ ଘଟିଲା ସେନେଇ ତଦନ୍ତ ଚାଲିଛି ।

Get real time updates directly on you device, subscribe now.