fbpx

ଦିଲ୍ଲୀ ସେବା ଆଇନର ପରୀକ୍ଷା କରିବେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ଦିଲ୍ଲୀ ସେବା ଆଇନ । ଅଧିକାରୀଙ୍କ ନିଯୁକ୍ତି ଓ ଟ୍ରାନ୍ସଫର ମାମଲାକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ସରକାର । କେନ୍ଦ୍ର ସରକାରଙ୍କ ନୂଆ ସେବା ସଂଶୋଧନ ଆଇନ ୨୦୨୩କୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ଆଇନ ସୁପ୍ରିମକୋର୍ଟ ତର୍ଜମା କରିବେ । ଚିଳିତ ମୌସୁମୀ ଅଧିବେଶନରେ ଏହି ସଂଶୋଧନ ବିଲ୍ ପାରିତ କରାଯାଇଥିଲା ।

ଏହାର ସପକ୍ଷରେ ୧୩୧ ସାଂସଦ ଏବଂ ବିପକ୍ଷରେ ୧୦୨ ସାଂସଦ ଭୋଟ୍ କରିଥିଲେ । ଏହାପରେ ଏହାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମଞ୍ଜୁରୀ ମିଳିଛି । କେଜ୍ରିୱାଲ ସରକାର ଏହି ଆଇନକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସର୍ବୋଚ୍ଚ ଅଦାଲତ ଏହାର ପରୀକ୍ଷଣ କରିବେ । ଦିଲ୍ଲୀ ସରକାରଙ୍କ ଆବେଦନ ଆଧାରରେ କେନ୍ଦ୍ର ସରକାରଙ୍କୁ ନୋଟିସ୍କ ରି ୪ ସପ୍ତାହରେ ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀ ସରକାର ମେ’ ୧୯ ତାରିଖରେ ପ୍ରଥମେ ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରିଥିଲେ ।

ଯାଚିକାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହାଟ୍ଟା କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି ଜାରି ରହିଥିବା ବେଳେ କେନ୍ଦ୍ର ସରକାର ସଂସଦରେ ବିଲକୁ ପାସ୍ କରିଛନ୍ତି । ଏହା ପରେ ୧୨ ଅଗଷ୍ଟରୁ ସଂସଦରେ ସଂସଦରେ ସାଇନ୍-ଇ-ଡାଏ ଲାଗିଛି । ଏହି ବିଲକୁ ବିରୋଧୀ ‘ଇଣ୍ଡିଆ’ ସାଂସଦମାନେ ଜୋରଦାର ବିରୋଧ କରିଥିଲେ ।

Get real time updates directly on you device, subscribe now.