fbpx

ଦୁର୍ଗାପୂଜା ଏକ ଧର୍ମନିରପେକ୍ଷ ପର୍ବ, ଏକ ଧାର୍ମିକ ପର୍ବ ନୁହେଁ: କୋଲକାତା ହାଇକୋର୍ଟ

ନୂଆଦିଲ୍ଲୀ: ଦୁର୍ଗା ପୂଜା ହେଉଛି ଏକ ଧର୍ମନିରପେକ୍ଷ ପର୍ବ, ଯେଉଁଥିରେ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକେ ଅଂଶଗ୍ରହଣ କରିଥାନ୍ତି । ଏକା ମାମଲାରେ ଶୁଣାଣି କରି ବିଚାରପତି ସବ୍ୟସାଚି ଭଟ୍ଟାଚାର୍ଯ୍ୟ ଗୋଟଏ ସାମାଜିକ ସଂଗଠନକୁ ଏକ ସର୍ବସାଧାରଣ ସ୍ଥାନରେ ଦୁର୍ଗାପୂଜା କରିବାକୁ ଅନୁମତି ଦେଇ ଏହି ମତ ଦେଇଛନ୍ତି ।

ସ୍ଥାନୀୟ ପ୍ରଶାସନ ଉକ୍ତ ସଂଗଠନକୁ ସର୍ବସାଦାରଣ ସ୍ଥାନରେ ଦୁର୍ଗାପୂଜା କରିବାକୁ ଅନୁମତି ଦେବା ପାଇଁ ମନା କରିବା ପରେ ଏହି ମାମଲା କୋର୍ଟକୁ ଆସିଥିଲା । ଯେଉଁଥିରେ କୋର୍ଟ ସମ୍ବିଧାନର ଧାରା ୨୫ ସମ୍ପର୍କରେ କହି ସ୍ଥାନୀୟ ପ୍ରଶାସନର ନିଷ୍ପତିକୁ ଖାରଜ କରି ଦେଇଛନ୍ତି । ଏହି ନିଷ୍ପତି ଶୁଣାଇ ବିଚାରପତି କହିଥିଲେ କି, ସାଧାରଣ ଲୋକେ ଏହା ମାନନ୍ତି ଯେ, ଦୁର୍ଗାପୂଜାରେ ସମସ୍ତ ଧର୍ମର ଲୋକେ ଅଂଶ ଗ୍ରହଣ କରିଥାନ୍ତି । ଅର୍ଥାତ୍ ଏହି ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋବାଯାତ୍ରା ଆଦି ଏହାକୁ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଯୋଡ଼ିଥାଏ । ଏହି ଦୃଷ୍ଟିରୁ ଦଖିଲେ ଏହା ଗୋଟିଏ ଧର୍ମର ପର୍ବଠାରୁ ଆଗକୁ ଯାଇ ଏକ ଧର୍ମନିରପେକ୍ଷ ପର୍ବ ଅଟେ ।

Get real time updates directly on you device, subscribe now.